ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ରେଜଲ୍ଟ

0
17

କଟକ (ଓବି ନ୍ୟୁଜ)(ନବୀନ ରାଓ): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଥିବା ବେଳେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୨ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି । ସେହିପରି ଏ ୨-୨୫୫, ବି୧- ୩୪୮, ବି୨- ୪୫୮, ସି-୫୯୯, ଡି- ୮୪୬, ଇ-୨୬୮୫, ଏଫ- ୧୪୧ଗ୍ରେଡ଼ ପାଇଥିବା ଜଣାପଡ଼ିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ ୬୬୨୦ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା । ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ । କପି କରି ୧୪ ଜଣ ଧରାପଡ଼ିଥିଲେ । ତେବେ ଅଫଲାଇନ୍ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୪୧ ଜଣ ଫେଲ୍ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି ।
ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ ଥିଲେ ରି ଚେକିଂ ପାଇଁ ସେପ୍ଟେମ୍ବର ୮ସୁଦ୍ଧା ଆବେଦନ କରିପାରିବେ ବୋର୍ଡ଼ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here