ବିଷଧର ଶରୀସୃପ କାମୁଡ଼ାରେ ଚାଷୀ ମୃତ

0
52

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ରମ୍ଭା ଥାନା ,ହୁମ୍ମା ଫାଣ୍ଡି ଅଧିନସ୍ଥ ଗଞ୍ଜାମ ବ୍ଲକର ବେଲପଡା ଗ୍ରାମର ଜୈନେକ ଚାଷୀ ବିଷଧର ଶରୀସୃପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡିଛି।ଖବର ନେବାରେ ଜଣାପଡିଛି ଉକ୍ତ ଗ୍ରାମର ଚାଷୀ ଡି.କୃଷ୍ଣ ଚନ୍ଦ୍ର ପ୍ରଧାନ(୫୪) ସକାଳୁ ସଶ୍ୟକ୍ଷେତ୍ରକୁ କାମ କରିବାକୁ ଯାଇଥିଲେ।ସେଠାରେ ତାଙ୍କୁ କୌଣସି ବିଷଧର ସାପ କାମୁଡି ଦେଇଥିବାରୁ ସେ ସେଠାରେ ନିସ୍ତେଜ ହୋଇ ପଡିରହିଥିଲେ।ବିଲ ମଧ୍ୟରେ ଅନ୍ୟ ଚାଷୀ ମାନେ ତାଙ୍କୁ ଦେଖିଲା ବେଳକୁ ତାଙ୍କ ଶରୀର ନୀଳ ପଡିଯାଇଥିଲା।ତାଙ୍କୁ ସଙ୍ଗେସଙ୍ଗେ ଛତ୍ରପୁର ମେଡିକେଲ ନିଆଯାଇଥିଲା।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବାରୁ ତାଙ୍କ ପରିବାର ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here