ରାସ୍ତା କଡରେ ଯୁବକଙ୍କ ମୃତ ଦେହ ଠାବ

0
105

ଆସିକା (ଓବି ନ୍ୟୁଜ)(ସନ୍ତୋଷ କୁମାର ମିଶ୍ର): ଆସିକା ଥାନା କୋଟିନଡା ଫାଣ୍ଡି ଧୋବାଡି ଗ୍ରାମର ରାସ୍ତା କଡରେ ଥିବା ଏକ ଘରର ବାରଣ୍ଡାରେ ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।ଫଳରେ ସ୍ଥାନୀୟ ଲୋକେ କୋଟିନଡା ଫାଣ୍ଡି କୁ ଖବର ଦେଇଥିଲେ।ମୃତକ ଜଣକ ହେଲେ ମାଗୁରା ଗ୍ରାମର କିଶୋର ସାହୁଙ୍କ ପୁଅ କାଳିଆ ସାହୁ ବୟସ 32।ସେ ଗତ କାଲି ରାତିରୁ ଘରେ ନଥିଲେ।ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।ହେଲେ ଏଯାବତ ମୃତ୍ୟୁ ର କାରଣ ସ୍ୱଷ୍ଟ ଜଣା ପଡ଼ିନାହିଁ ଆସିକା କେଶ ନମ୍ବର 15/2021 ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here