ସାର୍ଟିଫିକେଟ ଆଣିବାକୁ ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ

0
52

ଖଲ୍ଲିକୋଟ (ଓବି ନ୍ୟୁଜ)(ବିଭୁତି ଭୂଷଣ ତ୍ରିପାଠୀ): ସାର୍ଟିଫିକେଟ ଆଣିବାକୁ ଯାଇ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୭ ନ ୱାର୍ଡ ମାଟିଆ ସାହି ର ଜଣେ ଦଶମ ଶ୍ରେଣୀ ଛାତ୍ର ଭୁବନେଶ୍ୱର କୁ ସାର୍ଟିଫିକେଟ ଆଣିବାକୁ ଯାଇ ନିଖୋଜ ହୋଇ ଥିବା ଯୋଗୁ ପରିବାର ଦୁଃଖରେ ଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମାଟିଆ ସାହି ର ଡ଼ି .ସୀମାଦ୍ରୀ ପାତ୍ର ଓ ଡ଼ି .ସୁଲଚନ| ପାତ୍ର ଭୁବନେଶ୍ୱର ସ୍ତିତ ସ|ଲିଆ ସାହି ଠାରେ ରହି ଶ୍ରମିକ ଭାବେ କାମ କରିଥିଲେ ଓ ଏକମାତ୍ର ପୁଅ ଡି .ବାଲାଜୀ ପାତ୍ର ଦଶମ ଶ୍ରେଣୀ ରେ କ|ପିଟାଲ ହାଇସ୍କୁଲ ରେ ପାଠ ପଢୁଥିଲା । ଲକ ଡାଉନ ସମୟ ରେ ଏମାନେ ଖଲ୍ଲିକୋଟ ଫେରିଥିଲେ । ଗତ ବୁଧବାର ଦିନ ପୁଅ ବାପୁଜୀ ସାର୍ଟିଫିକେଟ ଆଣିବାକୁ ଭୁବନେଶ୍ୱର ଯାଇଥିଲା । ତେବେ ଗତ ୩ ଦିନ ହେଲା ବାପୁଜୀ ନ ଫେରିବା ଓ ତାର ଫୋନ ବନ୍ଦ ଥିବା ଯୋଗୁ ବାପା ମା ପୁଅ ର ଆସିବା ବାଟ କୁ ଚାହିଁ ଦୁଃଖ ରେ ଥିବା ବେଳେ ଖଲ୍ଲିକୋଟ ଥାନା ଏକ ଦେଇ ଥିବା ଜଣାପଡିଛି । ବାପୁଜୀ ୩ ଝିଅ ରେ ଏକମାତ୍ର ପୁଅ କୁ ନ ପାଇ ମା ସୁଲଚନା ଖାଇବା ଛାଡି ଦେଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here