ମୟୁରଭଞ୍ଜ(ଓବି ନ୍ୟୁଜ)(ସଞ୍ଜୀବ କୁମାର ରଣଜିତ): ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ କୋର୍ଟ କାର୍ଯ୍ୟାଳୟରେ ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ପତି ଡ.ଏସ୍.ମୁରଲୀଧର ପହଂଚିବା ପରେ ବାରିପଦା ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ସ୍ୱାଗତ କରିବା ସହିତ, ମୁଖ୍ୟ ବିଚାର ପତିଙ୍କୁ ବିଭିନ୍ନ କୋର୍ଟ ପରିଦର୍ଶନରେ ସହଯୋଗ କରିଥିଲେ । ହାଇକୋର୍ଟ ଜଜ୍ ଶ୍ରୀଯୁକ୍ତ ବି.ପି. ରାଉତରାୟ ମଧ୍ୟ ଆସିଥିଲେ । ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଭା ଗୃହରେ ଏକ ସଭାରେ ଯୋଗ ଦେଇଥିଲେ ମୁଖ୍ୟ ବିଚାରପତି ।

ପରିଶେଷରେ ଜିଲ୍ଲା ଓକିଲ ସଂଘ ବାରିପଦା ପକ୍ଷରୁ ଏକ ବୈଠକରେ ଯୋଗଦେଇ ମାନ୍ୟବର ମୁଖ୍ୟ ବିଚାର ପତି ମୁରଲୀଧର ବାର ଏସୋସିଏସନ୍ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ପଟ୍ଟନାୟକ, ବାର ସଭାପତି ପ୍ରବୀର କୁମାର ବସା ଓ ଓକିଲ ସଂଘର ସମସ୍ତ ଆଇନ୍ ଜୀବି ପ୍ରମୁଖ ଉପସ୍ଥିତ ଥିଲେ ।