ପୁରୀ ଶ୍ରୀମନ୍ଦିରକୁ ଦୁଇ ଲକ୍ଷ ଟଙ୍କାର ଚନ୍ଦନ କାଠ ଦାନ

0
125

ଖଲ୍ଲିକୋଟ (ଓବି ନ୍ୟୁଜ)(ବିଭୁତି ଭୂଷଣ ତ୍ରିପାଠୀ): ଖଲ୍ଲିକୋଟ ସହର କରଣ ସାହି ନିବାସୀ ଜଗନ୍ନାଥ ପ୍ରେମୀ ଭକ୍ତ ସକଳେଶ୍ଵର ରଥ , ଓ ତାଙ୍କ ଧର୍ମ ପତ୍ନୀ ରାଜଲକ୍ଷ୍ମୀ ରଥ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ର ଦୈନଦିନ ପୂଜାନୀତି ପାଇଁ ନିଜ ବାଡ଼ି ପଟେ ଥିବା ଦୁଇ ଫୁଟ ଚୌଡା ର ଏକ ଚନ୍ଦନ କାଠ କୁ ଦାନ କରିଥିବା ଜଣାପଡିଛି । ସ୍ଥାନୀୟ ଜଙ୍ଗଲ ବିଭାଗ range ଅଫିସର ସିଦ୍ଧାର୍ଥ ସାହୁ ଓ ବ୍ରହ୍ମପୁର ଜଙ୍ଗଲ ବିଭାଗ ଏ ସି ଏଫ ଏ .କେ ବେହେରା ଙ୍କ ଉପସ୍ଥିତ ରହି ଚନ୍ଦନ ଗଛ କୁ କାଟି ଓ ଓଜନ କରିଥିଲେ ।

ଚନ୍ଦନ କାଠ ଓଜନ ୫୦ କି ଗ୍ରା ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ହେବ ବୋଲି ଖଲ୍ଲିକୋଟ ବନ ଖଣ୍ଡ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ର ଆବଶ୍ୟକ ଅନୁମତି ଓ.ଟ୍ରାନଜିଟ ପାସ ପରେ ଉକ୍ତ କାଠ ଗୁଡିକ ଶ୍ରୀ ଜୀଉ ମାନଙ୍କ ସେବା ପାଇଁ ପଠା ଯିବା ପାଇଁ ବ୍ୟବସ୍ତା କରାଯାଇ ଥିବା ଜଣାପଡିଛି । ଚନ୍ଦନ କାଠ ଦେଖିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here