ଜୈବିକ ଚାଷ ପାଇଁ ତାଲିମ କାର୍ଯ୍ୟକ୍ରମ

0
10

ପଦ୍ମପୁର (ଓବି ନ୍ୟୁଜ)(କୁଞ୍ଜବିହାରୀ ସାହୁ): ବିଭିନ୍ନ ରାସାୟନିକ ସାର ଚାଷ କୁ ଦ୍ୱିଗୁଣିତ କରିବା ପାଇଁ ଚାଷୀ ଙ୍କୁ ପ୍ରବର୍ତ୍ତାଇବା ଫଳରେ ଚାଷଜମି ଧିରେଧିରେ ନଷ୍ଟ ହେବାରେ ଲାଗିଛି l ଏପରିକି ରାସାୟନିକ ସାର ବ୍ୟବହାର ଦ୍ୱାରା ଉପୁଜୁଥିବା ଶସ୍ୟ, ପନିପରିବା ଖାଇବା ଫଳରେ ଲୋକେ ଏସିଡିଟି ଠୁ ଆରମ୍ଭ କରି ଅଚିହ୍ନା ରୋଗ ର ଶିକାର ହେବାକୁ ଲାଗିଛନ୍ତି lଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ସ୍ଥିତ ଅହିଂସା କ୍ଳବ ର ଆନୁକୂଲ୍ୟରେ ଭୂବନେଶ୍ୱରପୁର ଗ୍ରାମଠାରେ ଜଳବାୟୁ ପରିବର୍ତ୍ତିତ କୃଷି ଭିତ୍ତିକ ସମ୍ମାନିତ ଜଳସେଚନ ପ୍ରକଳ୍ପ(Oiipcra) ଯୋଜନା ରେ ଜଡିତ ଥିବା ଚାଷୀ ଭାଇମାନଙ୍କୁ ପାରମ୍ପରିକ ପଦ୍ଧତି ଅନୁସରଣ କରି କିଭଳି ଭାବେ ଚାଷକାର୍ଯ୍ୟ ର ଅଗ୍ରଗତି କରିବେ ତାଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତାଲିମ ଶିବିର ରେ ଅହିଂସା କ୍ଳବ ର ପବିତ୍ର ଭୋଇ ଏବଂ ବିଦ୍ୟା ଚରଣ ପିଞ୍ଜରା ଚାଷୀ ଭାଇମାନେ କିପରି କମଖର୍ଚ୍ଚରେ ବିଷମୁକ୍ତ ଭାବେ ଚାଷ କରି କମଖର୍ଚ୍ଚରେ ଅଧିକରୁ ଅଧିକତର ଲାଭ ପାଇପାରିବେ ଓ ନିଜେ କିଭଳି ଭାବେ ନିଜ ଗାଁ ରେ ଉପଲବ୍ଧ ସାମଗ୍ରୀ କୁ ନେଇ ଜୈବିକ ଉପାୟରେ ଯଥା-ଯିବାମୃତ,ହାଣ୍ଡିଖତ,ଭେରୁଅର୍କ,ବ୍ରହ୍ମାସ୍ୱ ପଦ୍ଧତି ରେ ଅବଲମ୍ବନ କରି ତିଆରି କରିପାରିବେ ସେ ବିଷୟରେ ତାଲିମ ଦିଆଯାଇଥିଲା l

LEAVE A REPLY

Please enter your comment!
Please enter your name here