ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): ରାଜ୍ୟ ମୁଖ୍ୟ ଶାସନ ସଚିବ ସୂରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନରେ ଆଜି ଜି.ଉଦୟଗିରିରେ ସକାଳ ପ୍ରାୟ ଘ ୧୦.୧୫ମି ସମୟରେ ପହଞ୍ଚିଥିଲେ।ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ । ସେଠାରୁ ଜି.ଉଦୟଗିରିରେ ନୂତନ ଭାବେ ଓପିଟିସିଏଲ ଦ୍ବାରା ନିର୍ମୀତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ପରିଦର୍ଶନ କରିବା ସହ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଆଜିର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୂଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି,ଜିଲ୍ଲାର ବିଭିନ୍ନ ପଦାଧିକାରୀ,ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ,ତହସିଲଦାର ଡ.ଜନ୍ମେଜୟ ସାହୁ,ଥାନା ଅଧିକାରୀଣୀ ରେବତୀ ଶବର,ଏଏସଆଇ ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଏଠାରୁ ମଣ୍ଡାସାରୁ ଗସ୍ତ କରିଥିବା ସୂଚନା ମିଳିଛି ।