ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ ଗ୍ରାମର ଜୈନେକ ବନ କର୍ମଚାରୀ ଙ୍କ ମହାନ ଗୁଣ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି।ତାଙ୍କର ଫୋନ ପେ କୁ ଭୁଲ ରେ ଆସି ଯାଇଥିବା ୪୦ ହଜାର ଟଂକାଙ୍କୁ ସେ ବିନା ଦ୍ୱିଧାରେ ଫେରାଇ ଦେଇଛନ୍ତି ଟଙ୍କା ପଠାଇଥିବା ବ୍ୟକ୍ତିଙ୍କୁ।ଖବର ନେବାରେ ଜଣା ପଡ଼ିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ସହରର ଜି. ତାତେୟା ନମାଙ୍କ ଜୈନେକ ଯୁବ ବ୍ୟବସାୟୀ ୪୦ ହଜାର ଟଙ୍କା ପ୍ରକାଶ କୁମାର ବେହେରା ଙ୍କୁ ପଠାଇବାର ଥିଲା।ସେ ତାଙ୍କ ଫୋନ ପେ ରେ ଭୁଲ ରେ ପ୍ରସାଦ କୁମାର ବେହେରାଙ୍କୁ ପଠାଇ ଦେଇଥିଲେ। ଏହା ବନ କର୍ମଚାରୀ ଜାଣିବା ପରେ ଏ ଟି ଏମ୍ ରୁ ଟଙ୍କା ଉଠାଇ ତୁରନ୍ତ ଉଭୟ ଅଞ୍ଚଳର ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତି ରେ ତାଙ୍କ ଟଙ୍କା ଫେରସ୍ତ କରିଦେଇଥିଲେ।ବନ କର୍ମଚାରୀ ଙ୍କ ଏହି ମହାନ ଗୁଣ ପାଇଁ ତାଙ୍କୁ ଟଙ୍କା ଫେରସ୍ତ ପାଇଥିବା ତାତେୟା ଧନ୍ୟବାଦ ଜଣାଇଥିଲେ।