ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଏବଂ ଘୁମୁସର ଲେଖିକା ସଂଘର ମିଳିତ ଆନୁକୂଲ୍ୟରେ ବର୍ଷା ସାହିତ୍ୟ ଆସର; ଉପେନ୍ଦ୍ର ଭଞ୍ଜ ଥିଲେ ବହୁ ଶାସ୍ତ୍ର ଦର୍ଶିତା: ଡ଼କ୍ଟର୍ ଲକ୍ଷ୍ମୀ ନାରାୟଣ

0
26

ବେଲଗୁଣ୍ଠା (ଓବି ନ୍ୟୁଜ)(ସୁଧାଂଶୁ ଶେଖର ବିଷୋୟୀ) ;ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ଏବଂ ଭଞ୍ଜନଗର ଘୁମୁସର ଲେଖିକା ସଂଘର ମିଳିତ ଆନୁକୂଲ୍ୟରେ ଏକ ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି I ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର୍ ଲକ୍ଷ୍ମୀ ନାରାୟଣ ଦାଶ ଯୋଗ ଦେଇ ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ଦର୍ଶିତା ଥିଲେ ବୋଲି ପ୍ରକାଶ କରିବା ସହିତ ଘୁମୁସର ରାଜ୍ୟ, ମାଳତୀଗଡ଼,ବାଲିପଦର, ବିରଞ୍ଚି ନାରାୟଣ ମନ୍ଦିର ଏବଂ ନେଟଙ୍ଗା ରଘୁନାଥ ମନ୍ଦିରର ଇତିହାସ ସମ୍ପର୍କରେ ବହୁ ମୂଲ୍ୟବାନ୍ ତଥ୍ୟ ଉପସ୍ଥାପନ କରିଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ
ଘୁମୁସର ଲେଖିକା ସଂଘ ସଭାପତି ରୀତାରାଣୀ ମହାପାତ୍ର,ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି
ଅଭିମନ୍ୟୁ ଦଳାଇ,ବିଶ୍ୱ ଭାରତୀ ଆବସିକ ବିଦ୍ୟାଳୟର ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ଶିକ୍ଷକ
ଗଙ୍ଗାଧର ଗୌଡ଼,ବିଶିଷ୍ଟ ସାହିତ୍ୟିକ ଧ୍ଵଜା ରାମ ରାଉତ୍ , ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାଶ ପ୍ରମୁଖ ଯୋଗଦେଇଥିଲେ I ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ଦାଶଙ୍କ ରଚିତ ‘ଅନ୍ତିମ ପଥର ଆଶା’ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ
ଅଧ୍ୟାପକ ଡ଼କ୍ଟର୍ ଗୁରୁମୂର୍ତ୍ତୀ ନାୟକ ଏବଂ ଅଧ୍ୟାପିକା ସୁଜାତା ସିଂଙ୍କ ସଂଯୋଜନାରେ ଦୈତାରୀ ମହାରଣା, ସ୍ଥିତିପ୍ରଜ୍ଞା ମହାରଣା,ଲୋକନାଥ ନାୟକ,ଆଶିଷ କୁମାର,ନଳିନୀ ପ୍ରଭା ଦେବୀ,ଅଜିତ୍ କୁମାର ତ୍ରିପାଠି,ବଂଶୀଧର ସେଠୀ,ଲକ୍ଷ୍ମୀ ନାରାୟଣ ଦାଶ, ରଶ୍ମିତା ସାହୁ,ସୁକାନ୍ତ ନାୟକ,ମୋନାଲିସା ମିଶ୍ର,ଅର୍ଜୁନ୍ କୁମାର ଜେନା,ରାଜେନ୍ଦ୍ର କୁମାର ବିଷୋୟୀ,ଗଙ୍ଗାଧର ଗୌଡ଼,ଗାୟତ୍ରୀ ସାହୁ,ନଳିନୀ ପ୍ରଭା ଦାଶ,ମହେଶ୍ ଗୁରୁ,ସୁମନ୍ତ,କାର୍ତ୍ତିକେଶ୍ୱର ପ୍ରଧାନ,ରୀତାରାଣୀ ମହାପାତ୍ର,ସୁଜାତା ସିଂ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ଶିଶିର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଘୁମୁସର ଲେଖିକା ସଂଘ ସମ୍ପାଦିକା ଅଧ୍ୟାପିକା ନଳିନୀ ପ୍ରଭା ଦାଶ ଅତିଥି ପରିଚୟ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ I ଛାତ୍ରୀ ସ୍ଥିତିପ୍ରଜ୍ଞା ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I

LEAVE A REPLY

Please enter your comment!
Please enter your name here