ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା’ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

0
70

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେସିଣୀ ସମାଜ’ର ସମ୍ମିଳନୀ କକ୍ଷଠାରେ ଆଜି ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା’ର ଏକ ଜରୁରୀ ତଥା ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀ’ର ଜିଲ୍ଲାଶାଖା ସଭାପତି ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର ପଣ୍ଡା’ଙ୍କ ସଭାପତିତ୍ୱ’ରେ ଅନୁଷ୍ଠିତ ଏହି ବୈଠକ କାର୍ଯ୍ୟକ୍ରମ’ରେ ସମ୍ମିଳନୀ’ର ରାଜ୍ୟ ଉପସଭାପତି ଉପାନ୍ତ-ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ଶାଖା’ର କାର୍ଯ୍ୟକାରୀ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚଆସିନ ଥିଲେ ।
ମୁଖ୍ୟତଃ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ବିରୋଧରେ ଅତ୍ୟନ୍ତ କଟୁ-ମନ୍ତବ୍ୟ ଭାଷା ଦେଇ କୋରାପୁଟ ଜିଲ୍ଲା ଜୟପୁର ସହର’ର ଦୁଇଜଣ ଲେଖକ ତାଙ୍କ ରଚିତ ପୁସ୍ତକରେ ମହାରାଜା’ଙ୍କୁ ବ୍ରିଟିଶ ସରକାର’ଙ୍କ ଚାଟୁକାର ଥିଲେ , ଭଳି ବହୁ ଅପମାନ ଜନକ ବାକ୍ୟ ଓ ଶବ୍ଦ ବ୍ୟବହାର କରି ତାହା ଲେଖି ସ୍ଥାନିତ କରିଥିବା ଯୋଗୁଁ ତାର ଘୋର ନିନ୍ଦା ଓ ପ୍ରତିବାଦ କରା ଯାଇଥିଲା । ଅନ୍ୟପକ୍ଷରେ ଏହି ପ୍ରତିବାଦ’ର ସ୍ୱର’କୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲା ଓ ପ୍ରାନ୍ତୀୟ ସ୍ତରରେ ପ୍ରତିବାଦ ସଭା’ର ଆୟୋଜନ ସମେତ ବିକ୍ଷୋଭ କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଏଥିସହିତ ଏହା ବିରୋଧରେ ସ୍ଥାନୀୟ ଜିଲ୍ଲା କୋର୍ଟ’ରେ ଏକ ମାନହାଣୀ ମକଦ୍ଦମା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତେଇସିଣୀ ସମାଜ ପକ୍ଷରୁ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା । ଏଥିପାଇଁ ୧୫ ଜଣିଆ ଏକ କମିଟି ମଧ୍ୟ ମନୋନୀତ କରା ଯାଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମ’ରେ ଉତ୍କଳ ସମ୍ମିଳନୀ’ର ଶ୍ରୀ ଅନାଦି ପାଣିଗ୍ରାହୀ , ଶ୍ରୀ ହରି ମୋହନ ପଟନାୟକ , ଶ୍ରୀ ଜଗଦୀଶ ମହାପାତ୍ର , ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ସତ୍ୟ ନାରାୟଣ ମହାରଣା , ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଆଲୋଚନା’ରେ ଅଂଶଗ୍ରହଣ କରିଥିଲେ ।
ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ସର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here