ଆସିକା (ଓବି ନ୍ୟୁଜ)(ସନ୍ତୋଷ କୁମାର ମିଶ୍ର): ଆସିକା ଅଥଲେଟିକ ଆସୋସିଏସନ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ଟାଉନ ହଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପୁରାତନ କ୍ରୀଡ଼ାବିତ ତଥା ବରିଷ୍ଠ ଆଇନଜୀବୀ ଦିଲପି କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଜାତୀୟ କ୍ରୀଡା ଦିବସ ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ଓ ଗଂଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ ମଂଚ।ସିନ ରହିଥିବା ବେଳେ ଜାତୀୟ କ୍ରୀଡା ଦିବସ ଉପରେ ଆଲୋକପାତ କରିଥିଲେ । ପରେ ଆସିକା ଅଞ୍ଚଳ ବହୁ ପୂର୍ବତନ କ୍ରୀଡ଼ା ବିତ ମାନଙ୍କୁ ଏହି ଜାତୀୟ କ୍ରୀଡା ଦିବସ ଅବସରରେ ଆସିକା ଅଞ୍ଚଳର ପୁରାତନ ଖେଳାଳୀ ତଥା ବରିଷ୍ଠ ସାମ୍ବାଦିକ ମନୋଜ ମୁନୀ, ବାଣୀବିହାରର ଜଣା ଶୁଣା ସନ୍ତୋଷ କୁମାର ବିଷୋୟୀ ,ଅନ୍ୟ କିଛି କ୍ରୀଡ଼ା ବିତ ମାନଙ୍କୁ ମଂଚ।ସିନ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ମାନପତ୍ର ସହ ସମ୍ବର୍ଦ୍ଧନା କରିଥିଲେ । ଏହାକୁ ପରିଚାଳନା କରିଥିଲେ ମାର୍ଗ ଦର୍ଶକ ତାରିଣୀ ସେନାପତି ଓ କିଛି କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିବା ଜଣାପଡିଛି ।