ହିଞ୍ଜିଳିକାଟୁ(ଓବି ନ୍ୟୁଜ):ହିଞ୍ଜିଳିକାଟୁ ଶ୍ୟାମାଳାଇ କଲ୍ୟାଣ ମଣ୍ଡପ ପରିସରରେ ରବିବାର ୟୁଥ୍ ଫର ଆକ୍ସନ ଜିଲ୍ଲା ସଭାପତି ମନୋଜ କୁମାର ନାୟକଙ୍କ ତତ୍ୱାବଧାନରେ ୟୁଥ୍ ଫର ଆକ୍ସନ ଟିମ୍ ଗଠନ କରାଯାଇଛି । ସମାଜରେ ଗରିବ ଅସହାୟଙ୍କ ନିକଟରେ ପହଞ୍ଚି ସହାୟତା କରିବ ୟୁଥ୍ ଫର ଆକ୍ସନ ଟିମ୍ । ଏଥି ଲାଗି ସଦାସର୍ବଦା ଜାଗ୍ରତ ରହିବ ଟିମ୍ । ଅପରାଜିତା ଷଡଙ୍ଗୀଙ୍କ ମାନବ ସେବା ମାଧବ ସେବା ଆଧାରରେ ଅନୁପ୍ରାଣିତ ହୋଇ ଏଭଳି ଏକ ଟିମ୍ ଗଠନ କରାଯାଇଛି । ପୂର୍ବରୁ ଏକ ଟିମ୍ ଗଠନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଥର ଲାଗି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏକ ଟିମ୍ ଗଠନ କରାଯାଇଛି । କାର୍ଯ୍ୟକ୍ରମରେ ଆମ ପରିବାର ସଂଯୋଜକ ଅମ୍ବିକା ପ୍ରସାଦ ପଣ୍ଡା, ( ଶେରଗଡ଼ ) ଜିଲ୍ଲା ସଭାପତି – ଉମା ଚରଣ ପ୍ରଧାନ, ( ଗଞ୍ଜାମ କବିସୂର୍ଯ୍ୟନଗର ) ୟୁଥ ଫର ଜିଲ୍ଲା ସଭାପତି ମନୋଜ କୁମାର ନାହାକ ( କବିସୂର୍ଯ୍ୟ ନଗର ) ପୂର୍ବତନ ସଭାପତି ଦେବାନନ୍ଦ ମହାପାତ୍ର ( ହିଞ୍ଜିଳି କାଟୁ ) ୟୁଥ ଫର ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ପ୍ରଧାନ ( ଶେରଗଡ଼ ) ଭାଇସ ପ୍ରେସିଡେଣ୍ଟ ସତ୍ୟବାନ ନାୟକ ( କବିସୂର୍ଯ୍ୟନଗର ) ଜଗଦିଶ ଚନ୍ଦ୍ର ପ୍ରଧାନ ଭାଇସ ପ୍ରେସିଡେଣ୍ଟ, ହିଞ୍ଜିଳି ମୁନିସିପାଲିଟି ସଭାପତି ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା, ହିଞ୍ଜିଳି ବ୍ଲକ ପ୍ରେସିଡେଣ୍ଟ ମlରୁଡି ବିଶ୍ୱନାଥ ସେଠି,ଶେରଗଡ଼ ବ୍ଲକ ପ୍ରେସିଡେଣ୍ଟ ବାବୁ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ
ମନୋଜ କୁମାର ଭଞ୍ଜ,ଆସ୍କା,ବିକାଶ ଆଚାର୍ଯ୍ୟ ପିତଳ, ଗୋପାଳ କୃଷ୍ଣ ପାତ୍ର, ଆସ୍କା, ସୁରଜ କୁମାର ସାହୁ ହିଞ୍ଜିଳି କାଟୁ,ଅଶୋକ କୁମାର ଦଳାଇ ସମେତ ବହୁ କର୍ମକର୍ତା, ବୁଦ୍ଧିଜୀବୀ, ଯୁବ ପିଢ଼ି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l