ଗୋଟିଏ ନମ୍ବରରେ ଦୁଇଟି ଅଟୋ

0
109

ମୋହନା (ଓବି ନ୍ୟୁଜ)(ପି.ସଞ୍ଜୀବ ରାଓ): ଗୋଟିଏ ନମ୍ବର ରେ ଚାଲୁଛି ଦୁଇଟି ଗାଡି, ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମରେ । ସୂଚନା ଅନୁଯାୟୀ, ମୋହନା ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ କମଳାପୁର ନାକା ଗେଟରେ ଯାନବାହନ ଯାଞ୍ଚ କଲାବେଳେ ଗଞ୍ଜାମ ଜ଼ିଲ୍ଲା ପଟରୁ ଆସୁଥିବା ଏକ ଅଟୋ ନଂ OD 07 AB 3368କୁ ଅଟକାଇଥିଲା ।

ତେଵେ ସମାନ ନମ୍ବରର ଆଉ ଏକ ଅଟୋ ମଧ୍ୟ ପି. ଗୋବିନ୍ଦପୁର ଗ୍ରାମର ଅରୁଣନିଧି ବେହେରାଙ୍କ ରହିଥିବା ଜଣାପଡିଛି । ବର୍ତ୍ତମାନ ଟ୍ରାଫିକ୍ ନିୟମ କଡାକଡି ହୋଇଥିବା ବେଳେ ଏଭଳି ବ୍ୟତିକ୍ରମ ଜ଼ିଲ୍ଲା ପରିବହନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଜ଼ିଲ୍ଲାର ମୋହନା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ହୋଇଥିବାବେଳେ ପ୍ରାୟ ପ୍ରତିଦିନ ଏଠାରେ ଗଞ୍ଜେଇ ଜବତ ହେବା ସହ ଚୋରାମଦ କାରବାର ଚାଲୁଥିବାର ଅଭିଯୋଗ ହେଉଛି । ତେଵେ ଦୁଇ ନମ୍ବର କାରବାରରେ ପୋଲିସକୁ ଚକମା ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥାଇପରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଯଦି ଘଟଣାରେ ସତ୍ୟତା ଥାଏ ତେଵେ ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here