ଟ୍ରେନ୍ ଧକ୍କାରେ ୩ ମୃତ

0
100

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ)(ଟୁଟୁ ମହାପାତ୍ର): ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବୁଲ୍ କ୍ରସିଂ ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେନ ଧକ୍କାରେ 3ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4ଜଣ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ରବିବାର ରାତି ପ୍ରାୟ 11ଟା ସମୟରେ ବିଶାଖା-ଟାଟା ନଗର ଡାଉନ ଟ୍ରେନ ଧକ୍କାରେ ଦୁର୍ଘଟଣା ଘଟିଥିଲା । ରେଳ ଧାରଣାରେ ଯାଉଥିବା 7ଜଣ ଶ୍ରମିକଙ୍କ ମଧ୍ୟରୁ ଘଟଣା ସ୍ଥଳରେ 3ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତେ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି । କାହାରି ପରିଚୟ ମିଳିପାରିନାହିଁ । ଘଟଣା ସମୟରେ ଲେବୁଲ କ୍ରସିଂ ଗେଟରେ କାର୍ଯ୍ୟରତ ରେଳ କର୍ମଚାରୀ ଅନ୍ୟ 4ଜଣଙ୍କୁ ଅଟକାଇଥିଲେ । ତେବେ ସୁଯୋଗ ନେ଼ଇ ସେମାନେ ସେଠାରୁ ଚାଲିଯାଇଥିବା ଜଣାପଡିଛି । ବ୍ରହ୍ମପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି 3ଟି ଯାକ ଶବକୁ ଜବତ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here