ଥାନା ନୂଆ କୋଠାର ଉଦଘାଟନ କଲେ ପୁଲିସ ଡିଜି

0
294

ବ୍ରହ୍ମପୁର(ଓବି ନ୍ୟୁଜ)(ଅମର ଦାଶ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ରମ୍ଭା ଥାନାର ନୂତନ କୋଠା, ଭଞ୍ଜବିହାର ପାଣ୍ଡି ଓ ବ୍ରହ୍ମପୁର ଗୋଷଣିନୂଆଗାଁ ଥାନାର ନୂତନ କୋଠାର ଉଦଘାଟନ କରିଛନ୍ତି  ।  ପ୍ରଥମେ ପୋଲିସ ଡିଜି ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନାରେ ପହଞ୍ଚିବା ପରେ ପୋଲିସ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ  । ପରେ ଥାନାର ନୂତନ କୋଠାକୁ ଉଦଘାଟନ କରି ଥାନା ପରିଦର୍ଶନ କରିଥିଲେ  ପୋଲିସ ଡିଜି  ।

ନୂତନ ଭାବେ ନିର୍ମିତ ହୋଇଥିବା ଥାନା କୋଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଅତି ସୁନ୍ଦର ଭାବେ ହୋଇଥିବାରୁ ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଏହା ସହ ବ୍ରହ୍ମପୁର ବଡ଼ ବଜାରରେ କିଛି ଦିନ ତେଳେ ଏଟିଏମ ଗାଡି ଲୁଟ ଘଟଣାରେ ଅତିଶୀଘ୍ର ପୋଲିସ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ଟଙ୍କା ଉଦ୍ଧାର କରିଥିବା ଘଟଣାକୁ ନେଇ ବ୍ରହ୍ମପୁର ଏସପି ଓ ତାଙ୍କ ଟିମକୁ ସାଧୁବାଦ ଜଣାଇଛନ୍ତି ପୋଲିସ ଡିଜିପି  ।  ବ୍ରହ୍ମପୁର ଏହା ସହ ରାଜ୍ୟରେ ମାଓବାଦୀ ମାନେ ମାଓ କାର୍ଯ୍ୟକୁ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ବେଳେ ମାଓ ଅଞ୍ଚଳରେ ମାଓବାଦୀମାନଙ୍କ ସଂଖ୍ୟା କମିଆସିଲାଣି ଓ ଗକ କିଛି ଦିନ ମଧ୍ୟରେ ବହୁ ମାଓବାଦୀ ମାନେ ଆତ୍ମସର୍ମପଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି  । ସେପଟେ ସହରର ଗୋଷାଣୀନୂଆଗାଁ ଥାନାର ନୂତନ କୋଠାରେ ସମସ୍ତ ବ୍ୟବସ୍ଥା ଥିବା ଓ ସୁନ୍ଦର ଭାବେ ନିର୍ମିତ ହୋଇଥିବା ଯୋଗୁଁ ବ୍ରହ୍ମପୁର ବିଧାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ସ୍ୱାଗତ କରିଛନ୍ତି  । ପୋଲିସ ଡିଜିଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ୍ ମିଶ୍ର , ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ  ।

LEAVE A REPLY

Please enter your comment!
Please enter your name here