ନଦୀରେ ଭାସି ନିଖୋଜ ଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର

0
14

ଭଞ୍ଜନଗର (ଓବି ନ୍ୟୁଜ) (ଜୟକୃଷ୍ଣ ପଟ୍ଟନାୟକ) ; ତାରସିଂ ଥାନା ଅନ୍ତର୍ଗତ ଗାଲେରି ଫାଣ୍ଡି ଅଧିନ ବଦାଙ୍ଗି ଗ୍ରାମର ସନ୍ତୋଷ ନାୟକଙ୍କ ମୃତ ଦେହ ନିକଟସ୍ଥ ଦୋମୁହାଣୀ ଗ୍ରାମର ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ। ଏ ନେଇ ୧୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭଞ୍ଜନଗର ମେଡ଼ିକାଲ ରେ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିବା ଗାଲେରି ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ସୂଚନା ଦେଇଛନ୍ତି । ସନ୍ତୋଷ ଗତ ୨୭ ତାରିଖ ସନ୍ଧ୍ୟା ସମୟରେ ଜମିରେ କାମ ସାରି ନଦୀ ପାର ହୋଇ ଆସୁଥିବା ବେଳେ ହଠାତ୍ ବର୍ଷା ପାଣି ଜୋରରେ ଆସିବାରୁ ସେ ଭାସିଯାଇ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ। ରବିବାର ସକାଳୁ ବଦାଙ୍ଗି ଠାରୁ ୪ କି.ମି ଦୂର ଦୋମୁହାଣୀ ନଦୀ ପଠା ରୁ ତାଙ୍କର ମୃତ୍ୟୁ ଦେହ ଠାବ ହେଇଛି।ଅପରପକ୍ଷରେ ମୃତ ସନ୍ତୋଷ ନାୟକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here