ରମ୍ଭା ଥାନା ନୂତନ କଥା ଉଦଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦେଶକ

0
41

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ପୁଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନା ର ନୂତନ କୋଠା କୁ ସୋମବାର ଉଦଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ।ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସ କୁ ସେଥି ରେ ସେମାନେ ଗଞ୍ଜାମ ଏସ ପି ଙ୍କ ଅଣ୍ଡର ରେ ରହିଥିବା ପ୍ରତ୍ୟେକ ଥାନାରେ ରହିଥିବା ସମସ୍ତ ୱାରେଣ୍ଟି ମାନଙ୍କୁ ଗିରଫ କରିକୋର୍ଟ ଚାଲାଣ କରିବାରେ ସଫଳ ହୋଇଥିଲେ। ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ସମସ୍ତ ପୋଲିସ ଅଫିସର ଙ୍କୁ ଧନ୍ୟବାଦ ଜଣାଇଥିଲେ।ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁଲିସ ମହାନିର୍ଦେଶକ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ରାଜ୍ୟ ସରକାର ରମ୍ଭାରେ ଏପରି ଏକ କୋଠା ନିର୍ମାଣ କରିଥିବାରୁ ମହାନିର୍ଦେଶକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।ଡି ଜି ପି ଙ୍କ ସହ ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ସମ୍ମାନିତ ଅତିଥିବାବେ ଯୋଗଦେଇ ଉକ୍ତ କୋଠାରେ ଷ୍ଟାପ ମାନଙ୍କ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା କହିଥିଲେ।ଅପରାଧ ପ୍ରବଣ ରମ୍ଭା ଥାନା ଇଲାକକାରେ ନୂତନ ବ୍ୟବସ୍ଥା ଦ୍ୱାରା ଅପରାଧ କୁ ରୋକା ଯାଇପାରିବ ବୋଲି କହିଥିଲେ।ସାଇବର କ୍ରାଇମ କୁ ରୋକିବା ଲାଗି ଗଞ୍ଜାମ ପୁଲିସ ଜିଲ୍ଲାରେ ପୁଲିସ ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା କହିଥିଲେ ।ଜନ ସଚେତନ ରହିଲେ ସାଇବର କ୍ରାଇମ ବହୁ ମାତ୍ରାରେ କମିଯିବ ବୋଲି ସାମ୍ବାଦିକ ଙ୍କ ଉତ୍ତରରେ ଦକ୍ଷିଣାଞ୍ଚଳ ଡି ଆଇ ଜି ଶ୍ରୀ ଭୋଇ ସୂଚନା ଦେଇଥିଲେ।ଏସ ପି ବ୍ରିଜେଶ କୁମାର ରଏ,ଏସ ଡି ପି ଓ ଗୌତମ କିଷାନ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଙ୍କ ତତ୍ୱାବଧାନରେ,ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ,ରମ୍ଭା ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ସରପଞ୍ଚ ନିରଞ୍ଜନ ରେଡି,ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ,ସୁରଥ ପ୍ରଧାନ,ସରପଞ୍ଚ ପ୍ରତିନିଧି ଅମୂଲ୍ୟ ଦଳାଇ,ସମାଜସେବୀ ଦୈତାରୀ ବେହେରା,ଭୀମସେନ ବେହେରା ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here