ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଗୋଟିଏ ପରେ ଗୋଟିଏ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ କର୍ମୀ ସମାବେଶ କରିବାରେ ଲାଗିଛନ୍ତି। ଏହି ଅବସରରେ ନିମିନା ପଞ୍ଚାୟତର ଖଣ୍ଡରାବଳି ଠାରୁ ଏକ ପଟୁଆରରେ ବାହାରି ନିମିନା ଗ୍ରାମର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ ଜନ କଲ୍ୟାଣକାରୀ ପ୍ରକଳ୍ପ ଗୁଡିକ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିମିନା ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ଯୁବ ସଂଗଠକ ଟିଟୁ ବିଷୋୟୀଙ୍କ ଓ ଶଶାଙ୍କ ଚର୍ଚିଙ୍କ ନେତୃତ୍ୱରେ ନିମିନା ପଞ୍ଚାୟତର ବହୁ ଲୋକଙ୍କ ଉପସ୍ଥିତି ନେଇ ଖୁସିବ୍ୟକ୍ତ କରିଥିଲେ ବିଧାୟିକା। ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମିନା ପଞ୍ଚାୟତର ବହୁ ଲୋକ ଯୋଗ ଦେଇଥିଲେ।ଏହି ମାରାଥନ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ବହୁତ ଉତ୍ସାହିତ ଥିବା ଜଣାପଡିଛି। ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଉପସ୍ଥିତିରେ ବହୁ ଯୁବ ସଂଗଠକ ବିଜେଡିରେ ଯୋଗଦେଇଥିଲେ। ନିମିନା ଅଞ୍ଚଳର ପୁରୁଖା ନେତା ଶିବରାମ ନାହାକ ମଧ୍ୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ଯୁବ ବିଜେଡି ସଭାପତି ଶିବ ନାହାକ,ଜୟପୁର ସରପଞ୍ଚ ସଞ୍ଜୟ ଜେନା,ସମିତିସଭ୍ୟ ପ୍ରତିନିଧି ସିଦ୍ଧାର୍ଥ ସାମଲ,ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ ପ୍ରାଣୀଗ୍ରାହୀ,ଜିଲ୍ଲା ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ,ବରିଷ୍ଠ ନେତା ସୂର୍ଯ୍ୟକାନ୍ତ ପରିଡା,ଆସିକା ଜିଲ୍ଲାପରିଷଦ ଜୋନ 4 ଶିବ ଶଙ୍କର ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦିକା ଏମ.ରଶ୍ମିତା ସେନାପତି,ରାଜ୍ୟ ସାଧାରଣ ସମ୍ପାଦିକା କଳ୍ପନା ଭୋଳ,ଜିଲ୍ଲା ଯୁବ ଉପସଭାପତି ମୁନା ବାରିକ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବି.ମନୋଜ କୁମାର ଦୋରା,ନଗର ଯୁବ ସଭାପତି ଜିତେନ୍ଦ୍ର ମହାରଣା,ଆଲିପୁର ସରପଞ୍ଚ ମନୋଜ ନାହାକ,ସତ୍ୟବାନ ସାହୁ,ବ୍ଲକ୍ ଛାତ୍ର ସଭାପତି ବିମଳ ପ୍ରଧାନ,ନଗର ଛାତ୍ର ସଭାପତି ନିଗମାନନ୍ଦ ରାଉତ,ଯୁବ ଡିଜିଟାଲ ସମ୍ପାଦକ ପ୍ରମୋଦ ପ୍ରଧାନ,ଛାତ୍ର ଡିଜିଟାଲ ସମ୍ପାଦକ ସାଇରାଜ ଦଳାଇ,ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ଶଙ୍କର ପାଳ ପ୍ରମୁଖ ଉପସ୍ଥିତ ଥିବା ଜଣା ପଡ଼ିଛି ।