ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ପାଳିତ

0
110

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ; ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ସରକାର’ଙ୍କ ସମସ୍ତ କୋଭିଡ ନିୟମ ପାଳନ କରି  ଭଗବାନ ଶ୍ରୀ କୃଷ୍ଣ’ଙ୍କ ପବିତ୍ର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି  ।                                              ଏହି ଅବସର’ରେ ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ରଶ୍ମିତା ପାଠୀ ପ୍ରଭୁ ଶ୍ରୀ କୃଷ୍ଣ ନିକଟ’ରେ ଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀମତୀ ଶୈଳେଷ୍ଠା ଖଡ୍ଗରାୟ ଭାଗବତ ପଠନ କରିଥିଲେ। ଶ୍ରୀମତୀ ବିଷ୍ଣୁପ୍ରିୟା ମଣ୍ଡଳ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନର ମହତ୍ତ୍ଵ ବୁଝାଇଥିଲେ। ବିଦ୍ୟାଳୟର ଭଉଣୀ ମାନଙ୍କ ଦ୍ୱାରା  ସାଂସ୍କୃତିକ କାର୍ଯ୍ୟକ୍ରମ’ରେ ରଙ୍ଗାରଙ୍ଗ ବେଶ ହୋଇ ଅଧ୍ୟାତ୍ମିକ ନୃତ୍ୟ ଓ ସଙ୍ଗୀତ ଓ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।                                         ଏହି ଅବସର’ରେ ବିଦ୍ୟାଳୟ ତରଫରୁ ଅଂଶଗ୍ରହଣ କରିଥିବା ଉଣୀ ମାନଙ୍କୁ ଉପହାର ଦିଆ ଯାଇଥିଲା। ଶେଷରେ କୀର୍ତ୍ତନ କରା ଯାଇଥିଲା। ନିଜ ଘରେ ରହି ଶିଶୁ ଭାଇଭଉଣୀ ମାନେ ରାଧାକୃଷ୍ଣ ବେଶ ହୋଇ ଦୀପ, ଧୂପ, ଚନ୍ଦନ, ଅକ୍ଷତ, ଫୁଲ ଓ ଭୋଗ ଦେଇ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ।।                       ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here