ସୁନ୍ଦରପୁର ଗ୍ରାମରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

0
16

ଛତ୍ରପୁର (ଓବି ନ୍ୟୁଜ) ; ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରାହିତ୍ୟରେ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଶିକ୍ଷାବିତ୍ ବିଶ୍ୱମ୍ବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ଏହା ସହିତ ଗୋଟିଏ ଲେଖାଁଏ ଚାରା ରୋପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ନଡିଆ, ବେଲ, ଅଁଳା, ଝାଉଁ, ପଣସ, ପିଜୁଳି, ସାଗୁଆନି ଭଳି ବିଭିନ୍ନ ରକମର ୨୪୦ ରୁ ଉର୍ଦ୍ଧ୍ୱ ଚାରା ଗ୍ରାମର ୪୦ ଜଣ ମହିଳାଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ ର ଟ୍ରଷ୍ଟି ଶ୍ରୀମତି ପଣ୍ଡାଙ୍କ ସମେତ ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here