ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ) ; ଆଜି ଆଞ୍ଚଳିକ କୃଷକ ମହାସଂଘ, ଟିକାବାଲି ଶାଖା ତରଫରୁ ଏବଂ ଓଆରଡିଏ ସ୍ବେଛାସେବୀ ଅନୁଷ୍ଠାନ ଓ ରୟାଲ ଯୁବକ ସଙ୍ଘ ସହଯୋଗ ରେ ଟିକାବାଲି ଠାରେ ମରୁଡି ଘୋଷଣା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ଟିକାବାଲି ବ୍ଲକ ସମେତ କନ୍ଧମାଳ ଜ଼ିଲ୍ଲାକୁ ମରୁଡି ଘୋଷଣା କରିବା,କରୋନା ଯୋଗୁଁ ଚାଷୀ ରଣ ଛାଡ କରିବା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ରେ ବୀମାଭୁକ୍ତ ହୋଇପାରିନଥିବା ଚାଷୀ ଙ୍କ ନାମ ପଞ୍ଜିକରଣ କରିବାକୁ ସୁଯୋଗ ଦେବା, ସ୍ୱଳ୍ପ ବୃଷ୍ଟି ଯୋଗୁଁ ବିଲ ରୋଇ ପାରିନଥିବା ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା,ଚାଷୀମାନଙ୍କର ଏମଏସପି ବୃଦ୍ଧି କରିବା, ଚାଷୀ ମାନଙ୍କୁ ମାଗଣାରେ ସାର, କୀଟନାଶକ ଔଷଧ, ବିହନ ଯୋଗାଇଦେବା ଏହିପରି ଛ ଦଫା ଦାବି ବିଶିଷ୍ଟ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଟିକାବାଲି ତହସିଲଦାର ବିସ୍କେସନ ପ୍ରଧାନ ଙ୍କୁ ପ୍ରଦାନ କରାଯାଇଥିଲା l ଏହି ଶୋଭାଯାତ୍ରା ଟିପାରୀଗାଁ ଏବଂ ଛାତିଝର ଛକ ରୁ ବାହାରି ବଜାର ଓ ଟେଙ୍ଗଡାପଥର ଦେଇ ତହସିଲ କାର୍ଯ୍ୟଳୟରେ ପହଞ୍ଚି ଦାବୀ ପତ୍ର ପଦାନ କରାଯାଇଥିଲା।ଏହି ଦାବୀ ଶୋଭାଯାତ୍ରା ସମଜସେବୀ ତଥା ମହାସଂଘ ର ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗଲ (ବୁଲୁ ), ସମ୍ପାଦକ କୁନ୍ଦରୁ ମଲ୍କିକ, ବସନ୍ତ ଡିଗାଲ, ସୁମନ୍ତ କଂହର, ହେମନ୍ତ ଡିଗାଲ, ପ୍ରଦୀପ ଡିଗାଲ ନିତ୍ୟାନନ୍ଦ ଡିଗାଲ, ଲୁପିତା ପ୍ରଧାନ, କୁମାରୀ ନାୟକ, ଅନିତା ବେହେରା, ରେଣୁକା ମଲିକ, ହରିପ୍ରିୟା ପ୍ରଧାନ, ସମ୍ପଦ କୁମାର ଡିଗାଲ, ଭିଭୁତି ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ।
