ପଦ୍ମପୁର (ଓବି ନ୍ୟୁଜ)(କୁଞ୍ଜ ବିହାରୀ ସାହୁ): ପଦ୍ମପୁର ଶାନ୍ତି ନଗର ୱାର୍ଡ଼ ନମ୍ବର-୦୨ ଠାରେ ଶାନ୍ତି ନଗର ବାସୀଙ୍କର ଏକ ସାଧାରଣ ସଭା ଶ୍ରୀ ତୀର୍ଥ ବାଶି ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସୋଇଥିଲା।ଏହି ସଭାରେ ଏକ ନୂତନ ଅନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ନାମରେ ଗଠନ କରାଗଲା। ସର୍ବସମ୍ମତିକ୍ରମେ ଡଃ ଦେବାଶିଷ ରଥ ଙ୍କୁ ସଭାପତି, ମହେଶ କୁମାର ବେହେରା ଙ୍କୁ ଉପ-ସଭାପତି, ପ୍ରତାପ ନାଥ ଙ୍କୁ ସମ୍ପାଦକ, ତୁଷାର କାନ୍ତ ପ୍ରଧାନ ଙ୍କୁ ସହ-ସମ୍ପାଦକ, କୁନାଲ ପାଣିଗ୍ରାହୀ ଙ୍କୁ କୋଷାଧ୍ୟକ୍ଷ, ଶାନ୍ତାନୁ କୁମାର ପାଣିଗ୍ରାହୀ ଙ୍କୁ ଅଡ଼ିଟର ଭାବେ ଚୟନ କରାଗଲା। କାର୍ଯ୍ୟକାରୀ ସଦସ୍ୟ ଭାବରେ ଜୀ ଶ୍ରୀନିବାସ ରାଓ, ଜଗବନ୍ଧୁ ପୋଥାଲ, ପ୍ରଫୁଲ୍ଲ ବେହେରା, ତାରାପ୍ରସାଦ ଶତପଥୀ, ଅଶୋକ କୁମାର ସାହୁ, ଦିବ୍ୟକିଶୋର ପଣ୍ଡା, ଡଃ ବିରଞ୍ଚି ନାରାୟଣ ସାହୁ, ମଧୁସୂଦନ ଦେବତା, ଉଦୟ ନାରାୟଣ ନନ୍ଦ, ଉମେଶ ମହାଲିଙ୍ଗ, ସୁରେଶ କୁମାର ମିଶ୍ର, ଜଗବନ୍ଧୁ ବାବୁ, ଅମୀୟ ପୁରୋହିତ, ବିଜୟ କିଶୋର ସାହୁ, ଜୟକେତନ ତ୍ରିପାଠୀ, ମାନସ ରଞ୍ଜନ ମହାନ୍ତି , ମୁକେଶ କୁମାର ବେହେରା, ଘନଶ୍ୟାମ ମେହେର, ଅଶୋକ ଦାସ, ଅଜୟ ଶର୍ମା, ଉମାକାନ୍ତ ସାହୁଙ୍କୁ ମନୋନୀତ କରାଗଲା । ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ତିର୍ଥ ବାଶି ପଣ୍ଡା, ଡଃ ଗଦାଧର ରଥ, ଡଃ ଅର୍ଜୁନ ଦେବତା, ଜୟନାରାୟଣ ତ୍ରିପାଠୀ,ଅକ୍ଷୟ କୁମାର ବେହେରା, ଘନଶ୍ୟାମ ପୁଞ୍ଜି, ଜ୍ୟୋତିଷ ରଞ୍ଜନ ବୋହିଦାର, ସୂର୍ୟ ପ୍ରାସାଦ ହୋତା, କାଲି ଚରଣ ସାହୁ, ଭଗବାନ ସାହୁ, ଜିତେନ୍ଦ୍ର ପଣ୍ଡା ଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଗଲା । ଏହି ଅନୁଷ୍ଠାନ ଟି ସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା, ଜନସଚେତନତା, ଜନକଲ୍ୟାଣ ଉପରେ କାମ କରିବ ଓ ଆଗାମୀ ୦୫.୦୯.୨୦୨୧ ରବିବାର ଦିନ ଶାନ୍ତି ନଗର ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବିଦ୍ୟାଳୟ ରେ ବୃକ୍ଷ ରୋପଣ କରାଯିବ ଓ ଆଗାମୀ ଦିନରେ ଏହି କ୍ଲବ ପଦ୍ମପୁର ର ଉନ୍ନତି ପାଇଁ ବହୁ ଜନ ହିତକାରୀ କାମ କରିବ ବୋଲି କ୍ଲବ ର ସଭାପତି ଡ଼ଃ ଦେବାଶିଷ ରଥ କହିଛନ୍ତି।