ଗୋପାଳଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

0
32

ବଣାଇ (ଓବି ନ୍ୟୁଜ)(କାର୍ତିକ ସାହୁ): ବଣାଇଁ ଗୋପାଳଜୀଉ ମନ୍ଦିରରେ ଅନନ୍ଦଉଲ୍ଲାସରେ ପାଳିତ ହୋଇଯାଇଛି ପ୍ରଭୁ କୃଷ୍ଣଙ୍କ ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀ ଦିନକୁ ପ୍ରଭୁକୃଷ୍ଣ ଜନ୍ମଦିନ ରୂପେ ପାଳନ କରାଯାଏ । ହିନ୍ଦୁଶାସ୍ତ୍ର ଅନୁଯାଇ ଏହି ଦିନ ଭାଦ୍ରବ ମାସର କୃଷ୍ଣ ପକ୍ଷ ରାତ୍ରୀ ସମୟରେ ଜନ୍ମ ହୋଇଥିଲା । ତେଣୁ ଏହି ଦିନ ଭକ୍ତ ମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଦିନ ସାରା ଉପବାସ ରହିଥାନ୍ତି । ମଧ୍ୟରାତ୍ରୀ ରେ ଶ୍ରୀ କୃଷ୍ଣଙ୍କ ଜନ୍ମକୁ ଉପଲବ୍ଧ କରି ଶଙ୍ଖ,ଘଣ୍ଟ ସହିତ ବିଭିନ୍ନ କୃଷ୍ଣ ନାମ ସଂକୀର୍ତ୍ତନ କରିଥାନ୍ତି । ଏହି ଜନ୍ମାଷ୍ଟମୀ ରେ ବଣାଇଁ ଅଂଚଳରେ ଥିବା ଗ୍ରାମେ ଗ୍ରାମେ ଥିବା କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଧୂମଧାମରେ ପାଳିତ ହବାର ଦେଖିବାକୁ ମିଳିଛି । ସେ ମଧ୍ୟରୁ ବଣାଇଁ ଗଡ଼ ସ୍ଥିତ ଗୋପାଳଜୀଉ ମନ୍ଦିର ରେ ପ୍ରଭୁକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହୋଇଯାଇଛି । ଏହି ମନ୍ଦିରରେ ମଠର ମହନ୍ତ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ଦାସ ,କେଶବ ମହାପାତ୍ର , ପ୍ରତାପ କୁମାର ସାହୁ , ପ୍ରକାଶ ସାହୁ , ପଙ୍କଜ ସାହୁ , ଚନ୍ଦନ ଦାସ ଏବଂ ଅନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହିଥି ଏବଂ ସନ୍ଧ୍ୟାରେ କୀର୍ତ୍ତନ ରେ ରୁଗୁଡା ଏବଂ ଯମକେଇ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ହୋଇ କୀର୍ତ୍ତନ କରିଥିଲେ ।

LEAVE A REPLY

Please enter your comment!
Please enter your name here