ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ସୁସ୍ଥ ସମାଜ ଗଠନରେ ଯୁବଗୋଷ୍ଠିଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ଗ୍ରାମରେ ଆୟୋଜିତ ବ୍ଲକ ସ୍ତରୀୟ ପୋଡଶୀ ଯୁବ ସାଂସଦ ଓ ଯୋଗ ଶିବିରରେ ଅତିଥୀ ମାନେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ଦିଗଦର୍ଶନ ୟୁଥ୍ କ୍ଲବ ପକ୍ଷରୁ ଆଇଟିସିଟି କମ୍ପ୍ୟୁଟର କୋଚିଂ ସେଣ୍ଟର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥୀ ଭାବେ ରସାୟନ ବିଭାଗୀୟ ଅଧ୍ୟାପକ ଗଜେନ୍ଦ୍ର ତରାଇ,ଆଇନଯୀବୀ ସୁମା ଦାସ,ଲକ୍ଷ୍ମୀବାଇ ଦଳା.ଯୁବ ସଂଗଠକ ତଥା ୟୁଥ୍ ଫର ଭିଲେଜ ପ୍ରତିଷ୍ଠାତା ଡି.ଦେବହରି ରେଡ୍ଡି,ଛତ୍ରପୁର ଓଏସଏପି ଅଷ୍ଠମ ବାଟାଲିଆନ ଓଡ୍ରାଫ୍ କର୍ମକର୍ତ୍ତା ସୁକାନ୍ତ କୁମାର ପଣ୍ଡା ପ୍ରମୂଖ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ସ୍ୱଚ୍ଛ ଭାରତ,ପରିବେଶ ସୁରକ୍ଷା,ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା,ଆଇନ ଶୃଙ୍ଖଳା ସଚେତନତା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଦିଗଦର୍ଶନ ୟୁଥ୍ କ୍ଲବ ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥୀମାନଙ୍କ ଦ୍ୱାରା ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ମାଲ୍ୟ ଅର୍ପଣ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ଶତପଥୀ,ଗଣମାଧ୍ୟମ ବ୍ୟକ୍ତିତ୍ୱ ନିଳାଞ୍ଚଳ ସେନାପତି,କମ୍ପୂୁ୍ୟଟର ପ୍ରଶିକ୍ଷକ ଅମୂଲ୍ୟ
ବାଡତ୍ୟା,ଲକ୍ଷ୍ମୀ ଶତପଥୀ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଉପସ୍ଥିତ ଥିଲେ ।