ଜି.ଉଦୟଗିରି ଏନଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ

0
77

ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢ଼ୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଆଜି ସ୍ବାୟତ୍ତ ଶାସନ ଦିବସ,୨୦୨୧ ପାଳିତ ହୋଇଯାଇଛି । ସୂଚନା ଅନୁଯାୟୀ ସକାଳ ଘ ୪.୩୦ ମି ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ଘ ୭.୩୦ ମି ସମୟରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ତାପରେ ଜାତିର ଜନକ ମହାତ୍ମାଗାନ୍ଧୀ,ବୀର ଚକରା ବିଷୋୟୀ ଏବଂ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଶହୀଦ ବବ୍ରୁ ବାହାନଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟାର୍ପଣ କରାଯାଇଥିଲା। ସ୍ବାୟତ ଶାସନ ଦିବସ ଅବସରରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣୀଙ୍କ ଦ୍ବାରା ଏମସିସି ଏବଂ ଏମଆରଏଫ୍ ପ୍ଳାଣ୍ଟରେ କାର୍ଯ୍ୟରତ ସ୍ବଛକର୍ମୀ ଓ ସ୍ବଛସାଥୀ (ମିଶନ ଶକ୍ତି) ମାଆ ମାନଙ୍କୁ ଆଫ୍ରୋନ,ମାସ୍କ,ଗ୍ଳୋବସ୍,ସାନିଟାଇଜର,ହେଡ ଗ୍ଳୋବସ ଆଦି ପ୍ରଦାନ କରାଯାଇଥିବା ବେଳେ ପରିମଳ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ମାନପତ୍ର ସହ ପୋଷାକ ପ୍ରଦାନ ମଧ୍ୟ କରାଯାଇଥିଲା ।

ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଶ୍ରୀମତି ଷଡଙ୍ଗୀଙ୍କ ଦ୍ବାରା ଏମସିସି ଓ ଏମଆରଏଫ ପ୍ଳାଣ୍ଟ ରେ ଚାରା ରୋପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତି ଷଡଙ୍ଗୀଙ୍କ ସହ ପରିଷଦର କର୍ମଚାରୀ ସତ୍ୟପ୍ରକାଶ ମହାପାତ୍ର, ଶିବଶଙ୍କର ଦାସ,କମ୍ବୁପାଣୀ ପାଣିଗ୍ରାହୀ,ପ୍ରଦୀପ କୁମାର ଶତପଥି,ପ୍ରଭାତ ରଞ୍ଜନ ସାହୁ,ସରୀତା ରଥ,ଭବାନୀ ଶଙ୍କର ବେହେରା,ଗଣେଷ ଜେନା,ସସ୍ମିତା କୁମାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ-୧୯ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ଥାନୀୟ ବିଜୁ ଭାଷ୍କର ପାଠାଗାର ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ଏକ ତାରିଖ ଠାରୁ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ପରିଷଦର ଅଧିକାରୀଣୀ ଶ୍ରୀମତି ଷଡଙ୍ଗୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here