ଅବକାରୀ ଗୁଇନ୍ଦା ବିଭାଗ ଧରିଲା ଚୋରା ଗଞ୍ଜେଇ

0
64

ବ୍ରହ୍ମପୁର (ଓବି ନ୍ୟୁଜ)(ଅମର ଦାଶ): ଅଭିନବ ଉପାୟରେ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା । ଗଜପତି ଜିଲ୍ଲା ଚାନ୍ଦିପୁଟ୍ ରୁ ବିହାର ଅଭିମୁଖ ଏକ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ୩୮୫ କିଲୋ ଗଞ୍ଜେଇକୁ ବ୍ରହ୍ମପୁର ଉପକଣ୍ଠ ମହୁରୀକାଳୁଆ ରାସ୍ତାରେ ଅବକାରୀ ଗୁଇନ୍ଦା ବିଭାଗର ଟିମ୍ ଚଢ଼ାଉ କରି ଧରିଥିଲେ । ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଲଗାତାର ଚଢ଼ାଉ ହୋଇ ଆସୁଥିବା ବେଳେ ପ୍ରାୟ ୪୦ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କ୍‌ୁ ଗିରଫ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଟ୍ରକ୍ ରେ ଏକ ଗୁପ୍ତ ଚାମ୍ବର କରାଯାଇ ଏସବୁ ଗଞ୍ଜେଇ ଚାଲାଣ ହେଉଥିଲା ।

LEAVE A REPLY

Please enter your comment!
Please enter your name here