ଅଧ୍ୟକ୍ଷ ସମତେ ଦୁଇ ଅଧ୍ୟାପକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
85

କବିସୁର୍ଯ୍ୟନଗର (ଓବି ନ୍ୟୁଜ) (ଗଣେଷ ଡାକୁଆ) ; ଆଜି କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭକାର୍ଯ୍ୟ ରେ ନବାଗତ ଅଧ୍ୟାପକ ଲୋକନାଥ ନାୟକ ଅଧ୍ୟାପିକା ସୁଜାତା କୁମାରୀ ପାଣି ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ମଞ୍ଚକୁ ସ୍ୱାଗତ ଜଣାଇଥିବା ବେଳେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ରାମହରି ବିଶୋଇ ପ୍ରଥମେ ମଞ୍ଚରେ ଥିବା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ପଟ୍ଟନାୟକ,ଅଧ୍ୟାପକ ଯୋଗୀନ୍ଦ୍ରନାଥ ବୈଦ୍ୟ, ରବୀନ୍ଦ୍ର କୁମାର ଶଢଙ୍ଗୀ ଓ କିରାଣୀ ଦୁର୍ଗା ଚରଣ ପାଣି, ବିଜୟ ପାଣି, ନାରାୟଣ ନାୟକ, ଅରକ୍ଷିତ କରଣ, ଶ୍ୟାମ ସୁନ୍ଦର ଖଟେଇ ଓ ସୁବାଷ ଚନ୍ଦ୍ର ସେଠୀ ଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ପୂର୍ବତନ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକଙ୍କ ଏହି ମହାବିଦ୍ୟାଳୟ ପ୍ରତି ଯେଉଁ ଅବଧାନ ରହିଛି ତାହା ସଦା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here