ଶାରଳା ବସ କଣ୍ଡକ୍ଟର ସୌମେନ୍ଦ୍ର ଗୁରୁତର ହୋଇ ଜି.ଉଦୟଗିରି ରେ ମୃତ

0
91

ଜି.ଉଦୟଗିରି (ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢୀ) ; ଶାରଳା ବସ କଣ୍ଡକ୍ଟର ସୌମେନ୍ଦ୍ର ଜେନା (କାଳିଆ)୫୨ ଙ୍କ ବସରେ ଯାତ୍ରା ସମୟରେ ହଠାତ୍ ଅସୁସ୍ଥ ହୋଇ ଜି.ଉଦୟଗିରି ଠାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ବିବରଣିରୁ ପ୍ରକାଶଯେ ସୋମବାର ଦିନ ଶାରଳା ନାମକ ଏକ ଘରୋଇ ବସ ନଂ ଓଡି ୦୨ ବିପି ୮୧୮୮ ରାୟଗଡା ଠାରୁ କଟକ ଅଭିମୂଖେ ଯାଉଥିବା ବେଳେ ରାତ୍ରୀ ଭୋଜନ ବାଲିଗୁଡାର ଏକ ଢାବା ହୋଟେଲରେ କରିବା ପରେ ବସ ଛାଡିଥିଲେ।ହେଲେ ଜି.ଉଦୟଗିରି ପହଁଞ୍ଚିବାକୁ ପ୍ରାୟ ୧୦ ରୁ ୧୨ କିମି ପୂର୍ବରୁ କଣ୍ଡକ୍ଟର ସୌମେନ୍ଦ୍ରର ଦେହ ହଠାତ୍ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ରାତି ଗୋଟାଏ ବେଳେ ଜି.ଉଦୟଗିରି ଗାନ୍ଧି ଛକରେ ପହଞ୍ଚିବା ପରେ ସୌମେନ୍ଦ୍ର ମଳତ୍ୟାଗ କରିବାକୁ ଯାଇଥିଲେ।ସେଠୁ ଗାଡି ପାଖକୁ ଆସିଲା ପରେ ପୁଣି ଅଧିକ ମାତ୍ରାରେ ବାନ୍ତି ହେବାରୁ ସେ ଗୁରୁତର ହୋଇ ପଡିଥିଲେ। ଗାଡି ମାଲିକଙ୍କୁ ସୌମେନ୍ଦ୍ରଙ୍କ ଅସୁସ୍ଥତା ବାବଦରେ ବସ ଷ୍ଟାଫ୍ ସୂଚନା ଦେବା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ହେଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୌମେନ୍ଦ୍ରଙ୍କ ପାଟିରୁ ଫେଣ ବାହାରିଥିବା ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା।ଜି ଉଦୟଗିରି ପୋଲିସ ଖବର ପାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ତାଙ୍କ ପରିବାର ବର୍ଗକୁ ସୂଚନା ଦେଇଥିଲେ।ପରେ ବସର ଦୁଇ ଡ୍ରାଇଭର ଦିଲ୍ଲୀପ ସାହୁ,ଟୁକୁ ମହାନ୍ତି ଓ ହେଲପର ହରିହର ଦାସକୁ ପଚରାଉଚରା କରିବାରୁ ହୋଟେଲରେ ସୌମେନ୍ଦ୍ର ପରଟା ଓ ଛତୁ ଖାଇଥିବା ପୋଲିସକୁ ସୂଚନା ଦେଇଥିଲେ।ପରିବାର ବର୍ଗ ଅପରାହ୍ନ ଘ୫.୩୦ ମିରେ ଜି.ଉଦୟଗିରିରେ ପହଞ୍ଚି ଏତଲା ଦେଇଥିଲେ।ହେଲେ ରାତି ହୋଇଯାଇଥିବାରୁ ଶବ ବ୍ୟବଛେଦ ହୋଇପାରିନଥିବା ଜଣାପଡିଛି।ପରିବାର ଲୋକଙ୍କ ଏତଲାକୁ ଭିତି କରି ଜି.ଉଦୟଗିରି ଥାନାରେ ୧୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଦାୟିତ୍ବ ଏଏସଆଇ ସବାଷ ଚନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୂତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ପ୍ରଦାନ କରିଛନ୍ତି।
ସୌମେନ୍ଦ୍ରଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ କନ୍ଦରପୁର ଥାନା ସ୍ଥିତ ବ୍ରାହ୍ମଣବାଦ ଗ୍ରାମର ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here