କେଛୋଦାଦର ରେ ଚାଷୀଙ୍କ ସମାବେଶ

0
148

ପଦ୍ମପୁର (ଓବି ନ୍ୟୁଜ)(କୁଞ୍ଜ ବିହାରୀ ସାହୁ) ; ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅଧିନସ୍ଥ କେଛୋଦାଦର ଗ୍ରାମ ପଞ୍ଚାୟତ ରେ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଆନୁକୁଲ୍ୟରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାବେଶ ରେ କଛୋଦାଦର ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ମିର୍ଦ୍ଧା ଙ୍କ ସଭାପତିତ୍ବରେ ଚାଷୀ ଙ୍କ ସ୍ୱାର୍ଥ କୁ ନେଇ ବିଚାରବିମର୍ଶ କରାଯାଇଥିଲା l୧-ଆସନ୍ତା ସେପ୍ଟେମ୍ବର ୨୪.୦୯.୨୦୨୧ ଶୁକ୍ରବାର ଦିନ ପାଇକମାଳ ତହସିଲ କାର୍ଯ୍ୟାଳୟ ଏବଂ ପାଇକମାଳ କୃଷି ବିଭାଗ କାର୍ଯ୍ୟାଳୟ କୁ ଘେରାଉ କରାଯିବ୨-ଚଳିତବର୍ଷ ଭୟାବହ ମରୁଡି ପରିସ୍ଥିତି କୁ ନେଇ ବିଷଦ ଆଲୋଚନା କରାଯାଇଥିଲା l୩-ଚାଷୀଭାଇ ମାନଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ସକାଶେ ଆଲୋଚନା କରାଯିବା ସହ ୪- ଗ୍ରାମପଞ୍ଚାୟତ ମାନଙ୍କରେ କୃଷି ଅଧିକାରୀ ମାନଙ୍କ ଅବହେଳା ପ୍ରଦର୍ଶନ କୁ ଦୃଷ୍ଟିରେ ରଖି ଉଚ୍ଚ କତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି lଏହି ଚାଷୀ ସମାବେଶ ରେ ରାଜବୋଡାସମ୍ବର କୃଷକ ସଂଗଠନ ର ପାଇକମାଳ ବ୍ଳକ ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ରଣା, ସକ୍ରିୟ କର୍ମୀ ବାଳକୃଷ୍ଣ ବନଛୋର, ସଂଯୋଜକ କୈଳାସ ବାରିକ, କୈାତୁକ ସାହୁ,ଭୂବନେଶ୍ୱର ପ୍ରଧାନ, କୁବେର ପ୍ରଧାନ, ଗିରିଧାରୀ ପାତ୍ର, ନେପାଲ ବାରିକ, କିଶୋର ପ୍ରଧାନ, ଯୋଗେଶ୍ୱର ସାହୁ,ଦିବ୍ୟକିଶୋର ପୁରୋହିତ,ନିଳମଣୀ ପୁରୋହିତ,ସୁଶିଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here