ଆସିକାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ

0
109

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ପବିତ୍ର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ଅପରାହ୍ନରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଫିସ କାର୍ଯ୍ୟାଳୟ,ବାଣୀବିହାର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର ଓ ଖୋଲା ସ୍ଥାନର ସୌନ୍ଦର୍ଯ୍ୟ କରଣ,ମୋ ଖତ କେନ୍ଦ୍ର ଏବଂ ପରିଧାନ ବସ ଷ୍ଟାଣ୍ଡ ସ୍ଥିତ ଖୋଲା ସ୍ଥାନର ସୌନ୍ଦର୍ଯ୍ୟ କରଣ, ବ୍ଲକ କଲୋନୀ ସ୍ଥିତ ଖୋଲା ସ୍ଥାନର ସୌନ୍ଦର୍ଯ୍ୟ କରଣ,କୋରୋନେସନ ପାର୍କର ସୌନ୍ଦର୍ଯ୍ୟକରଣର ଶୁଭ ଉଦଘାଟନ ଉତ୍ସବ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦଘାଟିକା ଭାବରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡି ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ,ଜିଲ୍ଲା ସହରାଅଞ୍ଚଳ ଅଧିକାରୀ ଶ୍ରୀ ସୁଦାମ ଚରଣ ମଣ୍ଡଳ,ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସକ ଶ୍ରୀ ସିନ୍ଧେ ଦତ୍ତତ୍ରେୟ ଭାଉସାହେବ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ଟେଟେ, ସୁମନ୍ତ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

LEAVE A REPLY

Please enter your comment!
Please enter your name here