ଡାଟା ଏଣ୍ଟ୍ରି ଅପରେଟର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

0
19

ଛତ୍ରପୁର (ଓବି ନ୍ୟୁଜ) ; ଗଞ୍ଜାମ ଜିଲ୍ଲାର ସମସ୍ତ କଲେଜ ଗୁଡିକରେ କାର୍ଯ୍ୟ କରୁଥିବା ସମସ୍ତ ଡା ଏଣ୍ଟ୍ରି ଅପରେଟର ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବୁଧୁବାର ୩୦ଟି ଜିଲ୍ଲାର ୩୦ଟି ଜିଲ୍ଲାପାଳ ଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନେ ଦୀର୍ଘ ବର୍ଷ ଧରି ଜିଲ୍ଲାର ବିଭିନ୍ନ କଲେଜ ମାନଙ୍କରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସେହିପରି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଯେଉଁସବୁ ସୁବିଧା ଦିଆଯାଇଛି ତାହା ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ, ସମ୍ପାଦକ ଦେବବ୍ରତ ସାହୁ, ଗୌରୀ ଶଙ୍କର ମହାପାତ୍ର, ଅଜିତ୍ କୁମାର ଗୌଡ, ଜି. ଗଣେଷ, ପ୍ରବୀଣ କୁମାର ବେହେରା, ଲୋକନାଥ ସାବତ, କୃଷ୍ଣ ଚନ୍ଦ୍ର ସାହୁ, କାଳିଆ ବେହେରା, ଜିତେନ୍ଦ୍ର କୁମାର ସାହୁ, ରାଜେସ୍ ପରିଡା, ସମିର ପାତ୍ର, ଶରତ କୁମାର ସ୍ୱାଇଁ, ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here