ଐତିହାସିକ ପୋତାଗଡ଼ ପରିଦର୍ଶନ କଲେ ଜିଲ୍ଲାପାଳ : ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ପାଈଁ ପରାମର୍ଶ

0
59

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହରରେ ରହିଥିବା ଐତିହାସିକ ପୋଡ଼ାଗଡ଼ ଦୁର୍ଗ ଗୁରୁବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୋତାଗଡ଼ ଦୁର୍ଗକୁ ସୌନ୍ଧର୍ଯ୍ୟକରଣ କରି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଯୋରଦେଇ ଆସୁଥିବା ବେଳେ କରୋନା ମାହାମାରୀ ପାଇଁ କିଛି ମାସହେଲା କାମ ବନ୍ଦ ରହିଥିଲା।ପୂର୍ବରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଅନୁଯାଇ ଡିଜାଇନ କରାଯିବ l ଏଥିସହ ଏହା ଖୁବ ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l ଏଠାରେ ଫୁଡ ପ୍ଲାଜା, ପାର୍କ, ଆକର୍ଷଣିୟ ମୁଖ୍ୟ ଫାଟକ, ବୋଟିଂ କ୍ଳବ ଆଦି ନିର୍ମାଣ କରାଯିବାକୁ ଲକ୍ଷ ରଖିଛି ଜିଲ୍ଲାପ୍ରଶାସନ l ପୋତାଗଡ଼ ଦୁର୍ଗର ସୌନ୍ଧର୍ଯ୍ୟକରଣ କାର୍ଯ୍ୟ ଆରମ୍ବ ହେବାକୁ ଥିବା ହେତୁ କୌଣସି ପର୍ଯ୍ୟଟକ ଙ୍କୁ ପୋତାଗଡ଼ ଭିତରକୁ ଯିବାକୁ ଅନୁମତି ବନ୍ଦ ରହିଛି l ଜିଲ୍ଲାରେ ଏକ ନମ୍ବର ପର୍ଯ୍ୟଟକ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଙ୍କ ଦୁର୍ଗ ପରିଦର୍ଶନ ବେଳେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସ୍ଥାନୀୟ ତହସିଲ,ଏନ ଏ ସି ପ୍ରଶାସନ,ଗ୍ରାସୀମ କମ୍ପାନୀ ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି, ସୁଧିର କୁମାର ପାଢୀ, ରାକେଶ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here