
ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ଗସ୍ତରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପି ଡ଼. ଏସ୍. ମୁରଲୀଧର । ଗତକାଲି ରାତିରେ ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଂଚିବା ପରେ ଗୋପାଳପୁର ଠାରେ ଗେଷ୍ଟ୍ ହାଉସରେ ରହିଥିଲେ । ଆଜି ପୂର୍ବାହ୍ନ ୯ଟାରେ ବ୍ରହ୍ମପୁର ଜିଲ୍ଲା କୋର୍ଟ ବୁଲି ଦେଖିବା ସହ ଦକ୍ଷିଣାଂଳଚ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଇନଜୀବୀ ମାନଙ୍କ ପାଇଁ ଆୟୋଜିତ ଇ-କୋର୍ଟ ସେବା ତାଲିମ୍ କର୍ମଶାଳାକୁ ଉଦଘାଟନ କରିଥିଲେ । ଏହି ସେବା ମାଧ୍ୟମରେ ଏଣିକି ମାମଲା ଗୁଡ଼ିକର ଇ- ଫାଇଲ ଓ ଇ-ପେମେଂଟ୍ କରାଯାଇ ପାରିବ ।

ଏହା ପରେ ମୁଖ୍ୟ ବିଚାରପତି ଜିଲ୍ଲା କୋର୍ଟର ଜିଲ୍ଲା ଜର୍ଜ ଓ ଅନ୍ୟାନ୍ୟ ଜଜ୍ ଙ୍କ ସହ ଆଲୋଚନା କରିବା ପରେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆୟୋଜିତ ସ୍ୱାଗତ ସଭାରେ ଯୋଗଦାନ କରିଥିଲେ । ବ୍ରହ୍ମପୁରର ବାର୍ ଅତି ପୁରୁଣା ବାର୍ ବୋଲି କହିବା ସହ କ୍ଲାଇନଂଟ୍ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଓକିଲ ମାନଙ୍କର କେଶ୍ କୁ ନେଇ କୌଣସି ପ୍ରକାର ଚୟସ୍ ରହିବା ଉଚିତ ନୁହଁ ବୋଲି ସେ ପରାମର୍ଶ ଦେବା ସହ ପ୍ରତିଦିନ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ପାଇଁ ସେ ସମସ୍ତ ଆଇନଜୀବୀଙ୍କୁ ଆହ୍ୱାନ କରିଥିଲେ । ଏହିି ଅବସରରେ ଗଞ୍ଜାମ ଓକିଲ ସଂଘ ତରଫରୁ ତାଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ସମ୍ପାଦକ ପ୍ରଦୀପ ବେହେରାଙ୍କ ସମେତ ଜିଲ୍ଲା ଜଜ୍ ଓ ହାଇକୋର୍ଟର ଅନ୍ୟତମ ବିଚାରପତି ଡ. ବି.ଆର. ଷଡ଼ଙ୍ଗି ଉପସ୍ଥିତ ଥିଲେ
