ରମ୍ଭାରେ ବ୍ଲକସ୍ଥରୀୟ ଗୁରୁ ଦିବସ ପାଳିତ

0
41

ଗଞ୍ଜାମ (ଓବି ନ୍ୟୁଜ) (ବିଜୟ ଲକ୍ଷ୍ମୀ ମହାଙ୍କୁଡ) ; ରମ୍ଭା ସହରର ବାଳକ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ କରୋନା କଟକଣା ଭିତରେ ବ୍ଲକ ସ୍ଥରୀୟ ‘ଗୁରୁ ପୂଜନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଡ଼ଃ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଜୟନ୍ତୀ ମୁନି ମନ୍ତ୍ରପାଠ କରିଥିବା ବେଳେ ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗୁରୁ ବନ୍ଦନା ଗାନ କରିଥିଲେ।ଏହାପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ସଭାପତି ଶ୍ରୀ ସୁଦାମ ନାହାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା,ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା,ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା,ଅଲଓସ୍ତା ଗଞ୍ଜାମ ଜିଲ୍ଲାର ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ,ଉଦ୍ୟୋଗୀ ପତି ପ୍ରଭାକର ନାହାକ,
ମୁଖ୍ୟ ବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରୀୟ ଗୁରୁ ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ
ତ୍ୟାଗପୁତ ଜୀଵନାଦର୍ଶ ଓ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ।ଚଳିତ ବର୍ଷ ବୈଶ୍ୱିକ କରୋନା (କୋଭିଡ-୧୯)ମହାମାରୀର କରୋନା ଯୁଦ୍ଧରେ ହାରି ଯାଇଥିବା ଦିବ୍ୟଙ୍ଗତ ଶିକ୍ଷକ ଭାବଗ୍ରାହୀ ବେହେରା,ସତ୍ୟବାନ ବେହେରା ଅଜୟ ବେହେରା, ହରିହର ଦଳ ବେହେରା, ରଞ୍ଜିତ କୁମାର ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଗଞ୍ଜାମ ବ୍ଲକର ବିଭିନ୍ନ ବିଦ୍ୟାଳୟର ଆସିଥିବା ପ୍ରାୟ ଶହେରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ କ୍ଲଷ୍ଟର ସିଆରସିସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା ସଂଯୋଜନା କରିଥିବା ବେଳେ ଶିକ୍ଷକ ହୃଷୀକେଶ ପଣ୍ଡା, ଗଜେନ୍ଦ୍ର ମାଝୀ, ପ୍ରଦୀପ ଭୁକ୍ତା, ସୁଶାନ୍ତ ନାହାକ,ଅଭିରାମ ନାୟକ, ଜୟକୃଷ୍ଣ ତ୍ରିପାଠୀ,ଲୋକନାଥ ବେହେରା, ସୁଦର୍ଶନ ତ୍ରିପାଠୀ,ନିରଞ୍ଜନ ବେହେରା, ସମୀର କୁମାର ଅଧିକାରୀ, ମହାଦେବ ମଲ୍ଲିକ,ମନ୍ନ୍ମଥ ମୋହନ ନାୟକ,ଦାମୋଦର ପଣ୍ଡା,ଲକ୍ଷ୍ମଣ ନାହାକ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ପୂର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here