ଫ୍ୟାସନୱିକ୍୨୦୨୧ ରେ ଭାଗନେଲେ ଯୁବକଯୁବତୀ

0
19

ବ୍ରହ୍ମପୁର(ଓବି ନ୍ୟୁଜ) (ଅମର ଦାଶ): ଟ୍ଵିଙ୍କଲ ଏକାଡେମୀ ଦ୍ବାରା ରବିବାର ସନ୍ଧ୍ୟାରେ ବଡବଜାର ବିନାୟକ ଭବନରେ ଅନୁଷ୍ଠିତ ହୋଇଥିଲା ଫାସନ୍ ୱିକ
୨୦୨୧ । ରାମ୍ପ୍ ସୋ’ରେ କ୍ୟାଟ୍ ୱାକ କରିଥିଲେ ପ୍ରାୟ ୫୦ ଜଣ ଶିଶୁ । ସେହି ପରି ରାମ୍ପ୍ ସୋ ରେ ନିଜ ସୌଦର୍ଯ୍ୟ ଓ ଚାଲିର ଜଲୱା ଦେଖାଇଥିଲେ ପ୍ରାୟ ୨୦ ଜଣ ଯୁବକ ଯୁବତୀ । ବିଭିନ୍ନ ଧରଣର ଆଧୁନିକ ପୋଷାକ ପରିଧାନରେ ଏହି ଫାସନ୍ ସୋ ସାଙ୍ଗକୁ ଅନ୍ୟତମ ଆକର୍ଷଣ ଥିଲା ନୃତ୍ୟ ପ୍ରତିଯୋଗିତା । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୂଖ୍ୟ ଅତିଥି ହୋଇ ଏହାର ଶୁଭାରମ୍ଭ କରିଥିଲେ । ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣାଙ୍କ ସମେତ ସଞ୍ଜିତ ପାଣିଗ୍ରାହୀ , ମଳୟ ବିଷୋୟୀ , ମୁମ୍ବାଇ ସୁନ୍ଦରୀ ରାମେଶ୍ବରୀ ନନ୍ଦ , ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଅନ୍ୟତମ ଅତିଥି ଥିଲେ । ଏକାଡେମୀ ମୁଖ୍ୟ ଟ୍ଵିଙ୍କଲ ଗମାଙ୍ଗଙ୍କ ସମେତ ସ୍ମୃତି ପଣ୍ଡା , ଗଣେଶ ମିସ୍ତ୍ରୀ , କାହୁ ରାଉତ ଓ କିନ୍ନର ବାବୁଲା ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here