ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଶିବିର

0
44

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; କୃଷି ଓ କୃଷକ ସଶକ୍ତିକାରଣ ବିଭାଗ ପକ୍ଷରୁ ନାରୀ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ମାଛ ମାଛ ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବୈଜ୍ଞାନିକ ପଦ୍ଧତିରେ କିପରି କମ ଖର୍ଚ୍ଚ ରେ ଅଧିକ ମାଛ ଉତ୍ପାଦିତ କରାଯାଇ ପାରିବ ସେ ସମ୍ଭାନ୍ଧ ରେ ସ୍ଥାନୀୟ ମସ୍ୟଜୀବୀ ସମ୍ପ୍ରଦାୟର ମହିଳା ମାନଙ୍କୁ ପ୍ରଶିକ୍ଷଣ ପତଦାନ କରାଯାଇଥିଲା।
ଏଥିରେ ଗଞ୍ଜାମ ଜିଲ୍ଲା ଆତ୍ମାର ପ୍ରକଳ୍ପ ନିର୍ଦେଶକ ଅଜିତ କୁମାର ମଲ୍ଲିକ,ପାଳିବନ୍ଧ ସରପଞ୍ଚ ଦିଲିପ କୁମାର ଛୋଟରାୟ,ଗଞ୍ଜାମ ଏ ଏଫ ଓ ପ୍ରଣତି କୁମାରୀ ଗିରି,ଛତ୍ରପୁର ଏ ଏଫ ଓ ମନୋରଞ୍ଜନ ନାୟକ,ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା ,ଏଟିଏମ ବିଶ୍ୱଜିତ ପ୍ରଧାନ,ପ୍ରଜ୍ଞାନ ପରାମିତା ବେହେରା ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ମାଛ ଚାଷ କରି କିପରି ନାରୀମାନେ କମ ଖର୍ଚ୍ଚ କରି ଅଧିକ ଅର୍ଥ ଉପାର୍ଜନ କରିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here