ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ବିଧାନ ସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା।
ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଞ୍ଜାମ ସହରରେ ୨୦୧୯ ମସିହାରେ ଅନୁଷ୍ଠିତ ହିଇଥିବା ଏକ ଉଚ୍ଚ ସ୍ତରୀୟ କମିଟି ବୈଠକ ଏକ ସିଭିଲ ଜର୍ଜ ଜୁନିୟର ଡିଭିଜନ ଅଦାଲତ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଉକ୍ତ କୋର୍ଟ ପାଇଁ ଆବଶ୍ୟକୀୟ ପଦ
ଗୁଡିକ ସୃଷ୍ଟି କରିବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି।ଆବଶ୍ୟକୀୟ ପଦ ପଦବୀ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହାକୁ କାର୍ଯ୍ୟକାରୀ କରାଇବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖିଥିଲେ।
ସେହିପରି ଗଞ୍ଜାମ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଜନ
ସ୍ବାସ୍ଥ୍ୟ ଖଣ୍ଡ ଭଞନଗର ଅଧିନସ୍ଥ ଗଞ୍ଜାମ ସହର ରେ ଦୁଇଟି ପ୍ରକଳ୍ପ ଚାଲୁ ରହିଛି।ବସୁଧା ଯୋଜନାରେ ଦାମୋଦରପୁର ଗ୍ରାମରେ ୨୬.୮୪ ଲକ୍ଷ ଏବଂ ପୋତାଗଡ଼ ଜୟଶ୍ରୀ କେମିକାଲ ଏରିଆରେ ୪୧.୪୨ ଲକ୍ଷ
ବ୍ୟୟ ଅଟକଳ ରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଗୃହ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ବେହେରାଙ୍କ
ପ୍ରଶ୍ନ ର ଉତ୍ତର ରଖିବାକୁ ଯାଇ ଏହି ଦୁଇଟି ପ୍ରକଳ୍ପ ସମ୍ପୂର୍ଣ ହେଲେ ସହରରେ ପାନୀୟ ଜଳ ସମସ୍ୟା ର ସମାଧାନ ହୋଇପାରିବା ବୋଲି କହିଥିଲେ।