ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରାଙ୍କ ପାଇଁ ଗାଁ ଦାଣ୍ଡ ହୋଇଛି ଉତ୍ସବ ମୁଖର

0
26

ବଣାଇ (ଓବି ନ୍ୟୁଜ) (କାର୍ତିକ ଚନ୍ଦ୍ର ସାହୁ):ବଣାଇଁ ଉପଖଣ୍ଡର ର ଲଛଡ଼ା, ନିଜ ଜନ୍ମ ମାଟିକୁ ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା ଟୋକିୟୋ ରୁ ଫେରିବା ପରେ ପ୍ରଥମ ଥର ପାଇଁ ଭିଟା ମାଟିରେ ପଦାର୍ପଣ କରିବା ନେଇ ଗ୍ରାମ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି, ଏ ନେଇ ଗ୍ରାମର ଆବାଳ ବୃଦ୍ଧ ବନିତା ତାଙ୍କୁ ସମ୍ବର୍ଦ୍ଧନା ଦେଇଥିବା ବେଳେ ସେ ବଣାଇଁ ମାଟି କୁ ଶତ ପ୍ରଣାମ ଜଣାଇଛନ୍ତି I ତାଙ୍କୁ ଅନୁଭୂତି ସମ୍ପର୍କରେ ପଚାରିବାରେ ଅଦ୍ଭୁତପୂର୍ବ ଓ ଅବିଶ୍ୱସନୀୟ ବୋଲି କହି ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି l ଗୁରୁଣ୍ଡିଆ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here