ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ ଦାମୋଦରପୁର ଗ୍ରାମ କୁ ପ୍ରାକୃତିକ ବିପର୍ଯ୍ୟୟ ଭୟ

ବନ୍ୟା ବାତ୍ୟାଆଶ୍ରୟସ୍ଥଳୀ କେବେ ?

0
68

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମଟି ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ।ନଦୀକୂଳରେ ଗ୍ରାମଟି ରହିଥିବାରୁ ପୂର୍ବରୁ ଅନେକ ଥର ବର୍ଷା ଦିନ ମାନଙ୍କରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ସମୟରେ ଗ୍ରାମଟି ପାଣି ଘେରରେ ରହିଥିବା ବେଳେ ଅନେକ ଥର ବାତ୍ୟାର ବିଭୀଷିକା ର ସମ୍ମୁଖୀନ ହୋଇ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଚଳିତବର୍ଷ ଋଷିକୁଲ୍ୟା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇ ଋଷିକୂଲ୍ୟା ମୁହାଁଣ ଦେଇ ସମୁଦ୍ରରେ ମିଶୁଥିବା ଲକ୍ଷ କରାଯାଉଛି।ମୁହାଁଣ ଟି ଉତ୍ତରାଭିମୁଖୀ ହୋଇ ଗୋଖରକୁଦା
ଗ୍ରାମ ନିକରେ ସୃଷ୍ଟି ହୋଇଛି।ଅନ୍ୟପଟେ ମୁହାଁଣ ର ମଧ୍ୟ ଗଭୀରତା କମିଯାଇଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ନଦୀରେ ଆସୁଥିବା ବନ୍ୟାଜଳ ସମୁଦ୍ର ମଧ୍ୟକୁ ଠିକ ଭାବେ ନିଷ୍କାସିତ ହୋଇପାରିବ ନାହିଁ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ପ୍ରକାଶ କରିଛନ୍ତି।
ଚଳିତବର୍ଷ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଇଲାକ ସୁନାମି ପ୍ରବଣ ଅଞ୍ଚଳ ବୋଲି ଘୋଷଣା କରାଯାଇଛି।ସମୁଦ୍ର ଠାରୁ ମାତ୍ର ଦୁଇ ରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଦାମୋଦରପୁର ଗ୍ରାମଟି ରହିଥିବା ଏବଂ ଋଷିକୂଲ୍ୟା ନଦୀକୂଳରେ ରହିଥିବାରୁ ଗ୍ରାମଟି ପ୍ରତି ଅଧିକ ବିପଦ ରହିଥିବା ସମ୍ଭାବନା ରହିଛି।ଗ୍ରାମକୁ ସୁରକ୍ଷା ଦେବା ନିମନ୍ତେ ନଦୀ କୂଳରେ ଦୀର୍ଘବର୍ଷ ହେଲା ପଥର ବାଜ କରାଯାଇଥିଲା ହେଲେ ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ଓ ଦକ୍ଷିଣ ପବନ ପ୍ରଭାବରେ ଉଚ୍ଚ ତରଙ୍ଗ ଓ ଜୁଆରିଆ ଜଳ ପ୍ରଭାବରେ ତାହା ଦୁର୍ବଳ ହୋଇପଡ଼ିଲାଣି ।ଗ୍ରାମବାସୀଙ୍କ ପକ୍ଷରୁ ଏ ନେଇ ବିଭାଗୀୟ କର୍ତ୍ୟୁପକ୍ଷ ଓ ଜିଲ୍ଲା ପ୍ରଶାସନ କୁ ଅନେକଥର ଲିଖିତ ଭାବେ ଅବଗତ କରାଯାଇଛି।ହେଲେ ଫଳ ଶୁନ ରହିଛି।ଗ୍ରାମବାସୀ ଙ୍କ ପକ୍ଷରୁ ଗ୍ରାମରେ ଏକ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଦୀର୍ଘବର୍ଷ ହେଲା ଦାବୀ ହୋଇ ଆସୁଛି।
ଗ୍ରାମବାସୀ ଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗ୍ରାମରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଋଷିକୂଲ୍ୟା ନଦୀ କୂଳରେ ଗ୍ରାମ କୁ ସୁରକ୍ଷା ଦେବା ନିମନ୍ତେ ଉଚ୍ଚତା ବିଶିଷ୍ଟ ପଥର ବାଜ ନିର୍ମାଣ ନିମନ୍ତେ ସରକାର,ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ୟୁପକ୍ଷ ପଦକ୍ଷେପ ନେବାକୁ ଗ୍ରାମର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here