ବଣାଇ (ଓବି ନ୍ୟୁଜ) (କାର୍ତିକ ଚନ୍ଦ୍ର ସାହୁ):ବଣାଇ ସଦର ସ୍ଥିତ ହାପି ହୋମ ବୈଠକ ଗୃହରେ ବଣାଇ ୟୁଥ୍ କ୍ଲବ୍ ସଭାପତି ଙ୍କ ଅହୁୱନ କ୍ରମେ ବଣାଇଁ ଗଡର ବିଭିନ୍ନ ସମସ୍ୟାକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଣାଇଁ ଗଡ଼ ର ରାଜା ସାହେବ ବୀର କିଶୋର ଦେଓ ଦେବ ଅଧ୍ୟକ୍ଷତା କରି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଣାଇଁ ର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କୃତ ଶୁଭେନ୍ଦୁ ନାଥ ମଲ୍ଲିକ, ବଣାଇଁ ହନୁମାନ କମିଟି ର ସଭାପତି ରୁଦ୍ରଚରଣ ବାରିକ, ବଣାଇଁ ସାମ୍ୱାଦିକ ସଂଘର ସଭାପତି ପ୍ରଦୀପ ତ୍ରିପାଠୀ, ଉପଦେଷ୍ଠା ଦିଲ୍ଲୀପ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ଶିକ୍ଷକ ଗୁରୁ ଚରଣ ପ୍ରଧାନ ଉପସ୍ଥିତ ଥିଲେ। ଏହି ବୈଠକରେ ବଣାଇଁ କୁ N,A,C ଘୋଷଣା କରିବା, ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ୧୦୦ ବେଡ୍ କରିବା ସହିତ ଖାଲି ଥିବା ଡାକ୍ତର ପଦବୀ ପୂରଣ କରିବା, ବଣାଇଁ ରାଜାମୁଣ୍ଡା କୁ ସଂଯୋଗ କରୁଥିବା ତୁମକେଳା ସେତୁ ଶୀଘ୍ର ନିର୍ମାଣ କରିବା, ବିଜୁ ପାର୍କର ଉନ୍ନତି କରଣ କରିବା , ବଣାଇଁ କୁ ଅତି ଶୀଘ୍ର ଜିଲ୍ଲା ଘୋଷଣା କରିବା, ବଣାଇଁ ବସ ଷ୍ଟାଣ୍ଡ ର ଉନ୍ନତି କରଣ କରିବା, କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଦାବୀ, ବିଭିନ୍ନ ପ୍ରକାର ଖେଳ ର ଉନ୍ନତି ପାଇଁ ଷ୍ଟାଡିୟମ୍ ନିର୍ମାଣ ଆଦି ପ୍ରମୁଖ ଦାବୀ ଉପରେ ଆଲାଚୋନା କରାଯାଇଥିଲା। ସେଥିପାଇଁ ଯଥା ଶୀଘ୍ର ଏକ କମିଟି ଗଠନ କରି ଆଗାମୀ ଦିନରେ ଦାବୀ ପୂରଣ ପାଇଁ ଜୋର୍ ଦାର ଲଢେ଼ଇ କରିବାକୁ ନିଷ୍ପତି ନିଆ ଯାଇଥିଲା। ପ୍ରଦୀପ ମିଶ୍ର ମଞ୍ଚ ପରିଚାଳନା କରୁଥିବା ବେଳେ ସିରାଜ୍ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ବଣାଇଁ ୟୁଥ୍ କ୍ଲବ୍, ବଣାଇଁ ଉନୟନ୍ ପରିଷଦ, ବଣାଇଁ ଓକିଲ ସଙ୍ଗଠନ, ବଣାଇଁ ପ୍ରେସ କ୍ଲବ, ବଣାଇଁ ନାଗରିକ ମଞ୍ଚ , ବରିଷ୍ଠ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ୍, ବଣାଇଁ ହନୁମାନ କମିଟି, ବସ ମାଲିକ ସଂଘ, ବସ କର୍ମଚାରୀ ସଙ୍ଘ, ମଟର, ଅଟୋ ମାଲିକ ସଂଘ, ଛଉନୃତ୍ୟ ପରିଷଦ, ବଣାଇଁ ମାର୍ଚ୍ଚଚେଣ୍ଟ ସଙ୍ଘ ଆଦି ପ୍ରମୁଖ ସଂଘଠନ ସହିତ ବଣାଇଁ ର ଶତାଧିକ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ରହି ଥିଲେ।