ଶିକ୍ଷାବିତ୍ ଦେବରାଜ ସାହୁଙ୍କ ପରଲୋକ

0
52

ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ମୁନିସିପାଲଟି ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଦେବରାଜ ସାହୁଙ୍କ ବୁଧବାର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ ଜଣେ ଉତମ ଶିକ୍ଷାବିତ୍ , ଛାତ୍ର ବତ୍ସଳ ଓ ବନ୍ଧୁବତ୍ସଳଭାବେ ପରିଚିତ ଥିଲେ । ସାହିତ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ନ୍ୟୁ ମିଲେନିୟମ୍ ନେଟୱାର୍କର ମୁଖ୍ୟ ପରିଚାଳକ ଆତ୍ମାରାମ୍ ସାହୁଙ୍କ ସମେତ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଓ ୟୁଟିଭି ଓ ଅନ୍ ଟିଭି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here