ଗୋମାତାକୁ ପୁଜା କଲେ ବନ୍ଧ୍ୟାକରଣ ଦୋଷ କଟି ଥାଏ: ଖଣ୍ଡିଅ ବନ ଅଧିକାରୀ

0
7

ଜି ଉଦୟଗିରି: ସ୍ଥାନୀୟ ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଆୟୋଜିତ ୭୧ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବରେ ମୂଖ୍ୟ ବକ୍ତା ଭାବେ ବାଲିଗୁଡା ଖଣ୍ଡିଅ ବନ ଅଧିକାରୀ ବିଶ୍ୱରାଜ୍ ପଣ୍ଡା ଯୋଗେ ଦେଇ କହିଥିଲେ ଯେ ଗୋମାତାକୁ ପୂଜା କଲେ ବନ୍ଧ୍ୟାକରଣ ଦୋଷ କଟି ଥାଏ। ଆହୁରି ମଧ୍ୟ କହିଥିଲେ ଯେ ଗୋମାତାର ସିଙ୍ଘ , ନଖ, ଲାଞ୍ଜ ଆଦିକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଜିଲାପ୍ରଣୀ ଚିକିତ୍ସା ଅଧିକାରୀ ଡ, ଅଶୋକ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସଲୁଗା ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ପ୍ରଶାନ୍ତ କୁମାର ତ୍ରିପାଠୀ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ମିହିର କାନ୍ତ ସାମନ୍ତରାୟ, ଯୋଗ ଦେଇ ଗୋମାତା କୁ କେବଳ ଦାନା ଟିକେ ଛାଡ଼ିଲେ ମାଲିକ ଆଉ କିଛି ଦେଇନଥାଏ କିନ୍ତୁ ଅମେ ତା ଠାରୁ ଅନେକ କିଛି ଯଥା କ୍ଷୀର, ଘିଅ, ଦହି, ଚଲା, ବିଭିନ୍ନ ମିଠା ଓ ଚାଷ ପାଇଁ ଖତ, ହଳ ପାଇ ଥାଉ ହି ପାଇ ଥାଉ। ତେଣୁ ଗୋମାତାର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବାର ଆବଶ୍ୟକତା ଅଛି। ଗୋମାତା କୁ କୌଣସି ପରିସ୍ଥିତିରେ ବିକ୍ରି କରିବାର ଆବଶ୍ୟକତା ନାହିଁ ବୋଲି ମତ ପ୍ରକାଶ ପାଇଥିଲା ଏଥି ସହ ଚାଷୀ କୁତ୍ରିମ ପ୍ରଜନନ ମାଧ୍ୟମରେ ଦେଶୀ ଗାଇ ଠାରୁ କିପରି ଅଧିକା ଲାଭବାନ ହୋଇପାରିବl ଓ ଦୁଗ୍ଧ ଉତ୍ପାଦନ ରେ ଭାରତ ଏକ ନମ୍ବର ଥିବାବେଳେ ସପ୍ତ ମତା ଭିତରେ ଗୋମାତା ଅନ୍ୟତମ ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ କୁମାର ତ୍ରିପାଠୀ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଳକା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବ୍ଲକ ପ୍ରାଣୀ ଅଧିକାରୀ ଚିତ ରଞ୍ଜନ ସେଣ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here