ହଜାର ହଜାର କେଜି ଗଞ୍ଜେଇ ଧ୍ଵଂସ

0
7

ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର ପାତ୍ର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅରଖପଦା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପ୍ରାୟ୨ହଜାର୨୪୦ କେଜି ଗଞ୍ଜେଇକୁ ନଷ୍ଟ କଲା ଗଜପତି ପୋଲିସ।ଗଜପତି ଜିଲ୍ଲାର ଆର.ଉଦୟଗିରି,ମୋହନା,ଅଡବା ଥାନା ପୋଲିସ ପକ୍ଷରୁ ପୂର୍ବରୁ ଜବତ ହୋଇଥିବା ପ୍ରାୟ୮ହଜାରରୁ ଉର୍ଦ୍ଧ୍ବ କେଜି ଗଞ୍ଜେଇ ୨୦୨୦ ମସିହାରେ ଜବତ ହୋଇଥିଲା।ଗଜପତି ଏସପି ଜୟରାମ ଶତପଥୀ,ଭୁବନେଶ୍ୱର ଏସଟିଏଫ ଏସପି,ଗଞ୍ଜାମ ଅବକାରୀ ଅଧିକ୍ଷକ ଓ ଗଜପତି ଡେପୁଟି କଲେକ୍ଟରଙ୍କୁ ନେଇ ଗଠିତ କମିଟି ଉପସ୍ଥିତି ରେ ଜବତ ଗଞ୍ଜେଇକୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ ସମୀକ୍ଷା କରିବା ପରେ ନଷ୍ଟ କରାଯାଇଛି। ଏହି ସମୟର ଶେରଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ,ଚିମୀନି ମାଲିକ ରବୀନ୍ଦ୍ର ପଶୁପାଳକ ପ୍ରମୁଖ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here