ଗୋଲନ୍ଥରା ପୋଲିସ କୁ ବଡ ସଫଳତା ,27ବ୍ୟାଗ ଗୁଟଖା ଜବତ

ଗୁଟଖା ତିଆରି ବ୍ୟବହାର ସାମଗ୍ରୀ ଜବତ

0
42

ରଙ୍ଗେଈଲୁଣ୍ଡା(ଓବି ନ୍ୟୁଜ) (ଟୁଟୁ ମହାପାତ୍ର): ଗତ ଏକ ବର୍ଷ ମଧ୍ୟରେ ଗଂଜେଇ ଠୁ ଆରମ୍ଭ କରି ମଦ, ଚରସ, ଗୁଟଖା ଏମିତି ଅନେକ ଚଡାଉ କରି ଗୋଲନ୍ଥରା ପୋଲିସ କୁ ବହୁ ସଫଳତା ମିଳିଥିବା ବେଳେ ଆଜି ଆଉ ଏକ ସଫଳତା ମିଳିଛି  l ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଲନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରି ସକାଳୁ ସକାଳୁ ସୋରଳ ଅଂଚଳ ରେ ଥିବା ଏକ ନିର୍ଦ୍ଧିଷ୍ଟ ଘର ଉପରେ ନଜର ରଖି ଥିଲେ  l କିଛି ସମୟ ଅପେକ୍ଷା କରିବା ପରେ ଚଢ଼ାଉ ଆରମ୍ଭ କରିଥିଲେ  l ଚଢ଼ାଉ ସମୟ ରେ 27 ବସ୍ତା ଗୁଟଖା ସହ ଗୁଟଖା ରେ ବ୍ୟବହାର ହେଉଥିବା ସାମଗ୍ରୀ ସହ ପେକିଙ୍ଗ ମେସିନ ଜବତ କରିବା ସହ ଆହୁରି 300 କିଲୋ କଞ୍ଚା ମାଲ ସହ ଗାନ୍ଧିନଗର ଅଞ୍ଚଳ ର ଶ୍ରୀକାନ୍ତ ଦାସ ଙ୍କ ସହ ସୋରଳ ମହାରଣା ସାହିର ସନ୍ତୋଷ ମହାରଣା ଙ୍କୁ ଗିରୀଫ କରିଥିଲେ  l ଖବର ଅନୁସାରେ ସେମାନେ ଗତ ତିନି ମାସ ହେଲା ଏହି ବେପାର ସେମାନେ କରି ଆସୁଥିଲେ!ଗୋଲନ୍ଥରା ଥାନା କେଶ ନମ୍ବର 403/22 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି  l

LEAVE A REPLY

Please enter your comment!
Please enter your name here