ବେଲଗୁଣ୍ଠା: ଶନିବାର ମଧ୍ୟାହ୍ନ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବଡ଼ ନଦୀ ପଠା ରୁ ଜଣେ ଯୁବକର ମୃତ ଦେହ ବେଲଗୁଣ୍ଠା ଥାନା ପୋଲିସ୍ ଉଦ୍ଧାର କରିଛି। ଯୁବକ ଜଣଙ୍କ ନିକଟସ୍ଥ ସରପଲ୍ଲୀ ଗ୍ରାମର ରଙ୍କନିଧି ସ୍ଵାଇଁଙ୍କ ପୁଅ ସୁନୀଲ କୁମାର ସ୍ଵାଇଁ (୨୭) ବୋଲି ଜଣାପଡିଛି। ସୁନୀଲ କୌଣସୀ କାମରେ ନୂଆଗାଁ କୁ ଯାଇଥିଲେ। ନିକଟସ୍ଥ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣ ବଶତଃ ନଦୀରେ ପଡିଯାଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବେଲଗୁଣ୍ଠା ପୋଲିସ ଏ ନେଇ ୨୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ କୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ବି.ଏନ୍ ମଲ୍ଲିକ ସୂଚନା ଦେଇଛନ୍ତି ।