ରା୍ଳବ ଆକ୍ରମଣ ଏବଂ ବୋମା ମାଡ ଘଟଣା, 6 ଗିରୀଫ

0
41

ରଙ୍ଗେଈଲୁଣ୍ଡା: ଗତ 29 ତାରିଖ ରେ ଘଟି ଯାଇଥିବା ରା୍ଳବ ବୋମା ମାଡ ସହ ଆକ୍ରମଣ ଘଟଣା ରେ ଗୋଲନ୍ଥରା ଥାନା ପୋଲିସ ପକ୍ଷରୁ ଛ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଫରାର ଅଛନ୍ତି l ଅଭିଯୁକ୍ତ ମାନେ ଘଟଣା ଦିନ ଠାରୁ ଆତ୍ମଗୋପନ କରି ପୋଲିସ କୁ ଚକମା ଦେବାରେ ସଫଳ ହେଉ ଥିଲେ!ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରି ବା ସହ ଅଭିଯୁକ୍ତ ମାନଙ୍କ ଫୋନ କୁ ଟ୍ରାକ କରି ବିଭିନ୍ନ ସ୍ଥାନରୁ ଏହି 6 ଜଣ ଙ୍କୁ ଅତି ଚତୁରତା ସହ ଗିରୀଫ କରିବାରେ ସଫଳତା ହାସଲ କରିଥିଲେ l କିନ୍ତୁ ଆହୁରି ଚାରି ଅଭିଯୁକ୍ତ ଗିରୀଫ ହୋଇନାହାନ୍ତି l ସେମାନଙ୍କୁ ଖୁବ ଶୀଘ୍ର ଗିରୀଫ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ l ଏଠାରେ ସୂଚନା ଯୋଗ୍ୟ ଯେ, ଘଟଣା ଦିନ ରା୍ଳବ ଗ୍ରାମର ଚିରଞ୍ଜିବି ପାତ୍ର ସକାଳ ଦଶ ଟା ସମୟରେ ଗାଧୋଇ ଯିବା ସମୟ ରେ ଅଭିଯୁକ୍ତ ମାନେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ମରଣାନ୍ତ ଆକ୍ରମଣ କରିବା ସହ ପୁଣି ଆହତ ର ଘର ଉପରକୁ ତିନିରୁ ଚାରି ଗୋଟି ବୋମା ମାଡ କରି ଗ୍ରାମ ରେ ଆତଙ୍କ ପରିସ୍ଥିତି ସୃଷ୍ଟି କରିଥିଲେ l ଘଟଣା ବିଷୟରେ ସ୍ଥାନୀୟ ପୋଲିସ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତ ଚିରଞ୍ଜିବି ଙ୍କୁ ମେଡିକାଲ ନେବା ସହ ନିଜେ ଥାନା ଅଧିକାରୀ ଘଟଣା ଉପରେ ନଜର ରଖି ପୋଲିସ ପଇଁତରା କୁ କଡା କଡ଼ି କରିଥିଲେ l ଆଜି ଥାନା କେଶ ନମ୍ବର 395/22ରେ ଏକ ମାମଲା ରୁଜୁ କରି ଅଭଯୁକ୍ତ ମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି l

LEAVE A REPLY

Please enter your comment!
Please enter your name here