ବାଇକ ଦୁର୍ଘଟଣା ରେ ବାପା ମୃତ, ପୁଅ ଆହତ

0
12

ମୋହନା(ଓବି ନ୍ୟୁଜ):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ନିକଟସ୍ଥ ଫୁଲଚାଞ୍ଚୁଣୀ ମନ୍ଦିର ଘାଟି ନିକଟରେ ଏକ ଦୁର୍ଘଟଣା ରେ ବାପା ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛନ୍ତି l ସୂଚନା ପ୍ରକାରେ ଉତ୍କଳ ନାୟକ ଓ ତାଙ୍କ ବାପା ସବିନା ନାୟକ ମୋହନା ଠାରୁ ଜାରଗଣ୍ଡା ବାଇକ ଯୋଗେ ଯିବା ସମୟରେ କୌଣସିକାରଣ ବଶତଃ ବାଇକ ଟି ଭାରସାମ୍ୟ ହରାଇ ବିରିକୋଟ ନିକଟସ୍ଥ ଫୁଲଛାଞ୍ଚୁଣି ଘାଟିରେ ଦୁର୍ଘଟଣା ହୋଇଥିଲା l ଉତ୍କଳ ଓ ତାଙ୍କ ବାପା ସବିନା ଙ୍କୁ ଅଡବା ପୋଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ବିରିକୋଟ ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ସବିନା ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ପୁଅ ଉତ୍କଳ କୁ ସାମାନ୍ୟ ଆଘାତ ଲାଗିଛି l ଏନେଇ ଥାନା କେସ୍ ନଂ 137/22 ରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର mkcg ମେଡିକାଲ ପଠାଯାଇଛି l ଘଟଣା ର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here