ବ୍ରହ୍ମପୁର ପରେ ଏବେ ପଞ୍ଚମା ପ୍ରେମିକ ର ପିଣ୍ଢା ରେ ପ୍ରେମିକା ରେ ଧାରଣା

0
13

ରଙ୍ଗେଈଲୁଣ୍ଡା (ଓବି ନ୍ୟୁଜ) (ଟୁଟୁ ମହାପାତ୍ର) ; ଗୋଲନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିକଟସ୍ଥ ପଞ୍ଚମା ଗ୍ରାମ ମୁକ୍ତିପଥ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ସୂଚନା ମୁତାବକ ଉକ୍ତ ଗ୍ରାମର ଲଷ୍ମୀ ମଣ୍ଡଳ,21ବର୍ଷ ନାମିକା ଜଣେ ଯୁବତୀ ଙ୍କ ସହ ଉକ୍ତ ଗ୍ରାମ ର ନୃସିଂହ ପ୍ରଧାନ ନାମକ ଜଣେ ଯୁବକ ଙ୍କ ବହୁ ଦିନ ହେଲା ପ୍ରେମ ସମ୍ପର୍କ ଥିଲା, ଯୁବକ ଜଣକ ବିବାହ ର ପ୍ରତିଶୃତି ଦେଇ ଯୁବତୀ ଙ୍କ ସହ ସାରରିକ ସମ୍ପର୍କ ରଖି ଆସୁ ଥିଲେ!କିଛି ଦିନ ପରେ ଯୁବକ ଜଣକ ବିଭିନ୍ନ ଆଳ ଦେଖାଇ ଯୁବତୀ ଜଣଙ୍କୁ ଧରା ଦେଲେନି!ପରେ ଯୁବତୀ ଜଣକ ଗୋଲନ୍ଥରା ଥାନା ରେ ଅଭିଯୋଗ କରିବା ପରେ ଗୋଲନ୍ଥରା ପୋଲିସ ଧର୍ଷଣ ମାମଲା ରେ ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ, ଦୀର୍ଘ ଚାରି ମାସ ଜେଲ ରେ ରହିବା ପରେ ଅଭିଯୁକ୍ତ ଯୁବକ ଜଣକ ଜାମିନ ରେ ଆସିଥିଲେ!ଏହା ପରେ ଯୁବକ ଜଣକ ଉକ୍ତ ପୀଡିତା ଯୁବତୀ ଙ୍କ ସହ ନୋଟରୀ ରେ ବିବାହ ପାଇଁ ଆବେଦନ କରିଥିଲେ!ପରେ ପରେ ନିଜ ଘର ର ସଦସ୍ୟ ଙ୍କ ପ୍ରରୋଚନା ରେ ବଶୀଭୂତ ହୋଇ ପୁଣି ଯୁବତୀ ଜଣକ ଅସହାୟ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ସହଯୋଗ ଲୋଡ଼ିଥିଲେ, ନିଜେ ପ୍ରମିଳା ତ୍ରିପାଠୀ ମଧ୍ୟ୍ୟ ତିନି ଥର ପଞ୍ଚମା ଆସି ପୁଅ ଏବଂ ପୁଅ ର ପରିବାର କୁ ବୁଝା ସୁଝା କରିଥିଲେ!ଅଭିଯୁକ୍ତ ର ପରିବାର କୌଣସି କଥାକୁ ଗ୍ରହଣ ନ କରିବାରୁ ଶେଷ ରେ ପ୍ରମିଳା ତ୍ରିପାଠୀ ପୀଡିତା ଲଷ୍ମୀ ମଣ୍ଡଳ କୁ ଧରି ଅଭିଯୁକ୍ତ ନୃସିଂହ ପ୍ରଧାନ ର ବାରଣ୍ଡା ରେ ଧାରଣା ରେ ବସିଛନ୍ତି, ଅନ୍ୟ ଘଟଣା କ୍ରମେ ଅଭିଯୁକ୍ତ ର ପରିବାର ଲୋକ ଭିତର ପଟୁ କବାଟ ବନ୍ଦ କରି ଘରେ ଅଛନ୍ତି!ପୀଡିତା ଙ୍କ ସୂଚନା ଅନୁଯାଇ, ନ୍ୟାୟ ନ ମିଳିବା ପ୍ରଯ୍ୟନ୍ତ ତାଙ୍କ ଧାରଣା ଜାରି ରହିବ ବୋଲି କହିଛନ୍ତି!ସ୍ଥାନୀୟ ଗୋଲନ୍ଥରା ପୋଲିସ ପକ୍ଷରୁ ଘଟଣା ଉପରେ କଡା ନଜର ରଖାଯାଇଛି!

LEAVE A REPLY

Please enter your comment!
Please enter your name here