ହାଇଦ୍ରାବାଦରେ ବଡଦାସୁଡୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ସେବାରତ୍ନ ଜାତୀୟ ଆୱାର୍ଡ ୨୦୨୨ ରେ ସମ୍ମାନିତ

0
28

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭାଗବତ ଗାଦି) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟଗୁରୁ ଆର. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀ (ବିଏସଏ) ତରଫରୁ ତୃତୀୟ ଅଲ ଇଣ୍ଡିଆ କନଫେରେନ୍ସ ରେ ସେବାରତ୍ନ ଜାତୀୟ ଆୱାର୍ଡ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି । ହାଇଦ୍ରାବାଦର ବାଘଲିଙ୍ଗାମପଲ୍ଲୀ ସ୍ଥିତ ସୁନ୍ଦରହା ଭିଗ୍ନନ କେନ୍ଦ୍ରମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁଜନ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ନାର୍ଲା ରାଧାକ୍ରିଷନ୍‌, ତେଲେଙ୍ଗାନା ର ସଭାପତି ମାର୍ଲା ଗୌତମା, କର୍ଣ୍ଣାଟକ ସଭାପତି ସୁଜାତା ଦେବୀ, ତହସିଲଦାର କରୁଣାଦେବୀ, ଡ. ଏଲ୍‌. ବିଜୟ ଲଳିତା, ଆର୍‌. ପ୍ରମୋଦ କୁମାର, ମହିଳା ଅଧ୍ୟକ୍ଷା ଏନଡି ଏଙ୍କେଟାମ୍ମା ପ୍ରମୁଖ ସତ୍ୟମଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହା ସହ ଆର . ସତ୍ୟମ ରେଡ୍ଡୀ ଙ୍କ ଅନୁଷ୍ଠାନ ର ହରଲକ୍ଷ୍ମୀ ରେଡ୍ଡୀଙ୍କୁ ସାହିତ୍ୟ ରତ୍ନ ଜାତୀୟ ଆୱାର୍ଡ ଓ ଅଶୋକ ପଣ୍ଡାଙ୍କୁ ଉତ୍ତମ ଆଚାର୍ଯ୍ୟ ଜାତୀୟ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁଜନ ସାହିତ୍ୟ ଏକାଡେମୀର ଦିଲ୍ଲୀ କନଫେରେନ୍ସିରେ କଳାରତ୍ନ ଜାତୀୟ ଆୱାର୍ଡ ୨୦୨୨ ରେ ସମ୍ମାନିତ କରାଯାଇଥିଲା । ତେବେ ସତ୍ୟମଙ୍କୁ ଏଭଳି ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ବହୁ ପ୍ରଶଂସାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here